ଆଜିଠୁ ରାଜ୍ୟରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ

ଆଜିଠୁ ରାଜ୍ୟରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ

ଆଜିଠୁ ରାଜ୍ୟରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ

ଭୁବନେଶ୍ବର: ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଆଜିଠୁ ରାଜ୍ୟରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହୋଇଛି । cowin ପୋର୍ଟାଲରେ ଏଥିପାଇଁ ସ୍ବତନ୍ତ୍ର  ବ୍ୟବସ୍ଥା କରାଯାଇଛି । ବର୍ଷକୁ ୯ ଲକ୍ଷ ଗର୍ଭବତୀ ମହିଳା ପଞ୍ଜିକରଣ କରଛନ୍ତି । ସେଥି ମଧ୍ୟରୁ ସାଢେ ୪ ଲକ୍ଷଙ୍କୁ ଏବେ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।
ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଗର୍ଭାବତୀଙ୍କୁ ଟୀକାକରଣ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନେ ଟିକା ପାଇଁ ଆସିଲା ବେକେ ସେମାନଙ୍କୁ ଧାଡ଼ିରେ ଠିଆ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଜଣେ ମହିଳା କହିଛନ୍ତି ଯେ ଗର୍ଭବତୀ ଟିକା ନେବା ଆବଶ୍ୟକ । ଏନେଇ ଉଭୟ ମାଆ ଓ ଶିଶୁ ସୁସ୍ଥ ରହିବେ ।

ଅନ୍ୟପକ୍ଷରେ ରାଜ୍ୟରେ ଶୁକ୍ରବାର ୬୮୧ଟି ସେସନରେ ଚାଲିଛି ଟୀକାକାରଣ । ଗତକାଲି ୧୦୯୪ଟି ସେସନରେ ଟୀକାକରଣ କରାଯାଇଥିଲା । ୨ ଲକ୍ଷ ୨୪ ହଜାର ୮୨ ଜଣ ଟିକା ନେଇଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୧ କୋଟି ୩୮ ଲକ୍ଷ ୯ ହଜାର ୭୫୬ ଜଣଙ୍କ ଟୀକାକରଣ ସରିଛି ।ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ୪ ଲକ୍ଷ ୬୧ ହଜାର କୋଭିସିଲ୍ଡ ଏବଂ ୧ ଲକ୍ଷ ୭୯ ହଜାର କୋଭାକ୍ସିନ ଟିକା ମହଜୁତ ଅଛି । ଗତକାଲି ୩ ଲକ୍ଷ ୩୪ ହଜାର ୫୮୦ ଡୋଜ ରାଜ୍ୟକୁ ଆସିଛି । ଜୁଲାଇ ମାସରେ ୨୫ ଲକ୍ଷ ୮୦୦ କୋଭିସିଲଡ଼ ଟିକା ଆଲଟମେଣ୍ଟ ହୋଇଥିଲା । ସେଥିରୁ ୧୬ ଲକ୍ଷ ୯୪ ହଜାର ୯୮୦ ଟିକା ରାଜ୍ୟକୁ ମିଳିସାରିଛି ।ସେହିପରି କୋଭାକ୍ସିନ ୫ ଲକ୍ଷ ୪୦ ହଜାର ୧୧୦ ଆଲଟମେଣ୍ଟ ହୋଇଥିଲା । ୩ ଲକ୍ଷ ୬୨ ହଜାର ୧୦ ଟୀକାକରଣ ସରିଛି । ଆଜି ଆହୁରି ୫ ଲକ୍ଷ ଟିକା ଆସିବା ନେଇ ଜଣାପଡିଛି । ବର୍ତ୍ତମାନ ପ୍ରଥମ ଡୋଜ ଅପେକ୍ଷା ଦ୍ଵିତୀୟ ଡୋଜକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ୭୦ ପ୍ରତିଶତ ଟିକା ଦ୍ଵିତୀୟ ଡୋଜ ପାଇଁ ଓ ୩୦ ପ୍ରତିଶତ ଟିକା ପ୍ରଥମ ଡୋଜ ପାଇଁ ଦିଆଯିବା ନେଇ ଯୋଜନା କରାଯାଇଛି ।