ଆଜିର ରାଶିଫଳ ୨୩ ଜାନୁଆରୀ ୨୦୨୦(ଗୁରୁବାର)
ଆଜିର ରାଶିଫଳ ୨୩ ଜାନୁଆରୀ ୨୦୨୦(ଗୁରୁବାର)
admin
Jan 23, 2020 - 00:48
Updated: Jan 23, 2020 - 00:48
ମେଷ - ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ବିିଦ୍ୱାନ୍ ଓ ସାହସୀ ହେବେ। କାର୍ୟ୍ୟରେ ସଫଳତା ଲାଭ କରିବେ; ମାତ୍ର ବିଳମ୍ବରେ ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି।
ବୃଷ - ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ମନା। ବୁଝି ବିଚାରି କାର୍ୟ୍ୟ କଲେ ପ୍ରମାଦହୀନ ହେବେ। ମନରେ ଗର୍ବଭାବ ବହନ କରିପାରନ୍ତି। ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ।
ମିଥୁନ - ମନରେ ଅହଂଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ୟ୍ୟବାନ୍ ହେବେ। ପତ୍ନୀଙ୍କ ଉପଦେଶ ଫଳପ୍ରଦ ହେବ। ହାତଛଡ଼ା ଦ୍ରବ୍ୟ ପାଇବାକୁ ହେଲେ ବଳ ପ୍ରୟୋଗ କରିବାକୁ ପଡ଼ିବ। ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି।
କର୍କଟ - ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ମିଳିବ। ଦିନ ଭିତରେ ଶୁଭ ସମୟ ଦେଖି କାର୍ୟ୍ୟ କଲେ କାହା ଉପରେ ନିର୍ଭରଶୀଳ ନହୋଇ ସ୍ୱାଧୀନ ମତରେ କାର୍ୟ୍ୟ କରିବେ।
ସିଂହ - ଆକସ୍ମିକ ଧନପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ। କାର୍ୟ୍ୟ ବିଳମ୍ବିତ ହେଲେ ପଶ୍ଚାତାପ କରିବାକୁ ପଡ଼ିବ। ବିଚାର ବିମର୍ଷ କରି କାର୍ୟ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ।
କନ୍ୟା - ମଧୁରଭାଷୀ ହୋଇପାରନ୍ତି। କୃଷି କର୍ମକାରୀ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ବୁଦ୍ଧିମାନ୍ ହୋଇପାରନ୍ତି। ଧୀର, ସ୍ଥିର ଭାବେ କାର୍ୟ୍ୟରେ ଆଗେଇବେ। ଲାଗି ରହିଥିବା ବିବାଦର ସୁ ସମାଧାନ ହେବ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ।
ତୁଳା - ଆସ୍ତିକ ପ୍ରବୃତ୍ତିର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର ମିଳିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଘାତଚନ୍ଦ୍ର ଯୋଗୁ ସାବଧାନତାର ସହ ଚଳିବାକୁ ପଡ଼ିବ। ମନ ପ୍ରସନ୍ନ ରହିବ।
ବିଛା - ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଅର୍ଥ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇପାରନ୍ତି। ଅବଶେଷରେ ଧନ ମିଳିବ। ଆଳସ୍ୟ ପରାୟଣ ହୋଇପାରନ୍ତି।
ଧନୁ - ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବୀରତ୍ୱ ପ୍ରକାଶ ପାଇବ। ଗୁରୁ କଲ୍ୟାଣ ପାଇ କାର୍ୟ୍ୟରେ ସଫଳ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ମାନର ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ୟ୍ୟଯୁକ୍ତ ହେବେ।
ମକର - ମଧୁରଭାଷାରେ ପରକୁ ଆପଣାର କରିବେ। ଅଧିକ ବ୍ୟୟ ଯୋଗୁଁ ମୁଣ୍ଡ ଘୁରିଯିବ। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି।
କୁମ୍ଭ - ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଘାତଚନ୍ଦ୍ର ପାଇଁ ଦେବଦେବ ମହାଦେବଙ୍କ ଦର୍ଶନ କରିବାକୁ ପଡ଼ିବ। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି।
ମୀନ - ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ପରିବାର ପ୍ରତି ସ୍ନେହ-ସଦିଚ୍ଛା ରହିବ। କାର୍ୟ୍ୟକୁ କରାୟତ୍ତ କରିପାରନ୍ତି। ଶ୍ରମ ଅଧିକ ହେଲେ ବି ତାର ମୂଲ୍ୟ ମିଳିବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ।