ଆମେରିକାରେ ହୁ୍ୟୱେଇକୁ ବ୍ୟାନ୍ କଲେ ଟ୍ରମ୍ପ

ଆମେରିକାରେ ହୁ୍ୟୱେଇକୁ ବ୍ୟାନ୍ କଲେ ଟ୍ରମ୍ପ

ଆମେରିକାରେ ହୁ୍ୟୱେଇକୁ  ବ୍ୟାନ୍ କଲେ ଟ୍ରମ୍ପ
ପେଇଚିଙ୍ଗ: ବିଶ୍ୱର ଅନ୍ୟତମ ବୃହତ ଟେଲିକମ ଉପକରଣ ନିର୍ମାତା ଚୀନର ହୁ୍ୟୱେଇକୁ ଆମେରିକାରେ ବଡ ଝଟକା ମିଳିଛି । ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଚୀନର ଏହି କମ୍ପାନିକୁ ଆମେରିକାରେ ନିଷେଧ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜ କମ୍ପାନିକୁ ବାସନ୍ଦ କରିଯିବା ନିଷ୍ପତି ଉପରେ ପ୍ରତିକି୍ରୟା ଦେଇ ଚୀନ୍ କହିଛି ଯେ , ଏହାର ଜବାବ ଦିଆଯିବ । ଚୀନ କମ୍ପାନିଗୁଡିକର ସ୍ୱାର୍ଥରକ୍ଷା ଏବଂ ଅଧିକାରୀମାନଙ୍କ ସୁରକ୍ଷା ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଟ୍ରମ୍ପଙ୍କ ନିଷ୍ପତିରେ ଚୀନର ବିଦେଶୀ ମନ୍ତ୍ରାଳୟର ପ୍ରବକ୍ତା ଲୁ କାଙ୍ଗ୍ କହିଛନ୍ତି ଯେ ଚୀନ ନିଜ କମ୍ପାନି ଗୁଡିକର ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନେବ । ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଆମେରିକୀୟ କମ୍ପାନିଗୁଡିକୁ ବିଦୋରେ ନିମିତ ଦୂରସଂଚାର ଉପକରଣ ବ୍ୟବହାର ରୋକିବା ପାଇଁ ଉଦ୍ଧିଷ୍ଟ ନିଦେ୍ର୍ଧଶରେ ମୋହର ମାରିଛନ୍ତି । ହୁ୍ୟୱେଇକୁ ଆମେରିକାର ନେଟୱର୍କରୁ ଦୂରରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।