ଇଡିଙ୍କ ସମନ ପରେ ବି ହାଜର ହେଉ ନାହାନ୍ତି ଜ୍ୟାକଲିନ୍

ଇଡିଙ୍କ ସମନ ପରେ ବି ହାଜର ହେଉ ନାହାନ୍ତି ଜ୍ୟାକଲିନ୍

ଇଡିଙ୍କ ସମନ ପରେ ବି ହାଜର ହେଉ ନାହାନ୍ତି ଜ୍ୟାକଲିନ୍

ମୁମ୍ବାଇ: ଇଡି ପକ୍ଷରୁ ବାରମ୍ବାର ସମନ କରାଯାଉଛି। ଡାକରା  ହେଉଛି।  ଆସୁନାହାନ୍ତି ଶ୍ରୀଲଙ୍କା ସୁନ୍ଦରୀ ତଥା ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ। ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ତାଙ୍କୁ ସମନ ହୋଇଥିଲା। ଆଜି ସେ ହାଜର ହେବାର ଥିଲା କିନ୍ତୁ ସେ ଆଜି ବି ଇଡିର ସମନକୁ ଏଡାଇ ଦେଇଛନ୍ତି।

ଜ୍ୟାକ୍ଲିନ୍ ଏଭଳି ଥରେ କି ଦୁଇ ଥର ନୁହେଁ ଲଗାତର ଚାରିଥର ଦୋହରାଇ ସାରିଲେଣି। ଗତ ୪ ଦିନ ମଧ୍ୟରେ ଇଡି ତାଙ୍କୁ ପଚରାଉଚରା ପାଇଁ ତିନି ଥର ସମନ ପଠାଇ ସାରିଛି। କିନ୍ତୁ ସେ ଅକ୍ଟୋବର ୧୫, ୧୬, ଏବଂ ୧୮ରେ ଇଡିର ସମନକୁ ଅଣଦେଖା କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହେବାରେ ଅସମର୍ଥ ହୋଇଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୨୫ ତାରିଖରେ ମଧ୍ୟ ଜ୍ୟାକ୍ଲିନ୍ ଇଡି ଅଫିସରେ ପଚରାଉଚରା ପାଇଁ ପହଞ୍ଚି ନଥିଲେ।

ସୂଚନା ମୁତାବକ, ଜ୍ୟାକ୍ଲିନ୍ ବ୍ୟକ୍ତିଗତ କାରଣ ଦର୍ଶାଇ ତଦନ୍ତରେ ସାମିଲ ହୋଇପାରୁନଥିବା କହିଛନ୍ତି। ଏଥିସହ ସେ ସମୟ ମଧ୍ୟ ମାଗିଛନ୍ତି। ଆସନ୍ତା ନଭେମ୍ବର ଯାଏଁ ତାଙ୍କୁ ସମୟ ଦେବାକୁ ସେ ଇଡି ନିକଟରେ ଅନୁରୋଧ କରିଛନ୍ତି। ଜ୍ୟାକଲିନଙ୍କ ଆର୍ଥିକ ହେରଫେର ମାମଲାରେ ଧରାପଡିଥିବା କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ରହିଛି ବୋଲି ଇଡି ପକ୍ଷରୁ କୁହାଯାଇଛି। ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଦିନ ଜ୍ୟାକଲିନ୍ ଇଡି ଅଧିକାରୀଙ୍କୁ ତଦନ୍ତକୁ ନଭେମ୍ବର ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ କନମାନ ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀଲା ପାଲ ଇଡି ହେପାଜତରେ ଅଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୬ଜଣ ମଧ୍ୟ ଏହି ମାମଲାରେ ଇଡିଙ୍କ ହେପାଜତରେ ଅଛନ୍ତି। ଜ୍ୟାକଲିନଙ୍କ ପୂର୍ବରୁ ନୋରା ଫତେହିଙ୍କୁ ମଧ୍ୟ ଗତ ସପ୍ତାହର ଗୁରୁବାର ଦିନ ଇଡି ପଚରାଉଚରା କରିଥିଲା।