ଇରାନର ପୁଣି ରକେଟ୍ ମାଡ଼

ଇରାନର ପୁଣି ରକେଟ୍ ମାଡ଼

ଇରାନର ପୁଣି ରକେଟ୍ ମାଡ଼
ବାଗଦାଦ୍:ବାଗଦାଦର ଉତ୍ତରାଞ୍ଚଳରେ ଅବସ୍ଥିତ ଆମେରିକାର ବାୟୁସେନା ଶିବିର ଉପରେ ରବିବାର ଇରାନ ପୁଣି ଆକ୍ରମଣ କରିଛି । ଏହି ଶିବିରକୁ ଟାର୍ଗେଟ କରି ୮ଟି ରକେଟ୍ ଛଡ଼ା ଯାଇଥିଲା ଏବଂ ଏଥିରେ ୪ ଜଣ ଇରାକୀ ସୈନିକ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ୨ ଜଣ ଅଫିସର ଥିବା ଇରାକ ସ୍ପଷ୍ଟ କରିଛି । ଏଫ-୧୬ ଯୁଦ୍ଧ ବିମାନ ରହୁଥିବା ଅଲ୍ ବଲାଦ ଏୟାର ବେସ୍କୁ ଇରାନ ଟାର୍ଗେଟ କରିଥିଲା । ରକେଟ୍ ମାଡ଼ ସମୟରେ ଏହି ଶିବିରରେ ୧୫ ଜଣ ଆମେରିକୀୟ ସୈନ୍ୟ ଥିଲେ । ତେବେ କୌଣସି ଆମେରିକୀୟ ସୈନ୍ୟ ଏଥିରେ ମୃତାହତ ହୋଇଥିବା ଖବର ମିଳିନାହିଁ । ଜାନୁଆରି ୩ ତାରିଖରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ଇରାନ କମାଣ୍ଡର ଜେନେରାଲ କ୍ୱାସିମ ସୁଲେମାନୀ ନିହତ ହେବା ପରେ ଇରାନ ପ୍ରତିଶୋଧ ପରାୟଣ ହୋଇ ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛି । ଗତ ୭ ତାରିଖ ଦିନ ବାଗଦାଦରେ ଅବସ୍ଥିତ ଆମେରିକାର ବାୟୁସେନା ପ୍ରତିଷ୍ଠାନକୁ ଟାର୍ଗେଟ କରି ଇରାନ୍ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା । ରବିବାର ପୁଣି ଆକ୍ରମଣ ପରେ ଆମେରିକା ଅଧିକ ସତର୍କତା ଅବଲମ୍ବନ କରିଛି ।