ଇସ୍ପାତ୍ ମନ୍ତ୍ରଣାଳୟ ଓ ଷ୍ଟିଲ୍ ପିଏସୟୁର ଅଫିସର ମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ଇସ୍ପାତ୍ ମନ୍ତ୍ରଣାଳୟ ଓ ଷ୍ଟିଲ୍ ପିଏସୟୁର ଅଫିସର ମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ଇସ୍ପାତ୍ ମନ୍ତ୍ରଣାଳୟ ଓ ଷ୍ଟିଲ୍ ପିଏସୟୁର ଅଫିସର ମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୧୧ – କୋଭିଡ-୧୯ର ସଂକଟ ସମୟରେ ଦେଶରେ ଇସ୍ପାତ କାରଖାନା ଦ୍ୱାରା ଉପôାଦିତ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ(ଏଲଏମଓ)ର ଯୋଗାଣ ଓ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଆଯାଉଥିବା ପଦକ୍ଷେପ ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ପାତ୍ ମନ୍ତ୍ରଣାଳୟ ଓ ଷ୍ଟିଲ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର ଅଫିସର ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇସ୍ପାତ୍ ମନ୍ତ୍ରଣାଳୟ ଓ ଷ୍ଟିଲ୍ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଅଫିସର ମାନଙ୍କ ସହ ଇସ୍ପାତ୍ ପ୍ଲାଂଟ ଦ୍ୱାରା ଉପôାଦନ ହେଉଥିବା ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହାସହ ଇସ୍ପାତ୍ ପ୍ଲାଂଟ୍ ଦ୍ୱାରା ସ୍ୱାସ୍ଥ୍ୟସେବା ଭତିଭୂମିକୁ ବୃଦ୍ଧି କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ ବୈଠକରେ ଆଲୋଚନା କରିଥିବା ଟ୍ୱିଟ୍ କରିଛନ୍ତି ଶ୍ରୀ ପ୍ରଧାନ । ବୈଠକରେ ଘରୋଇ ଇସ୍ପାତ୍ ପାଇଁ ମୂଲ୍ୟ, ଇସ୍ପାତର ଆମଦାନୀ ଓ ରପ୍ତାନୀ, ଇସ୍ପାତ୍ ପ୍ରସ୍ତୁତ ପାଇଁ ଆସୁଥିବା କଂଚାମାଲର ସୁରକ୍ଷା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ ଅଫିସର ମାନଙ୍କୁ ଇସ୍ପାତ୍ କ୍ଷେତ୍ରରେ ଭାଲ୍ୟୁ ଆଡ଼ିସନକୁ ପ୍ରୋତ୍ସାହିତ କରିବା, ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ଏବଂ କଂଚାମାଲର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଅଫିସର ମାନଙ୍କୁ ପରାମର୍ଶ ଦେଇଥିଲେ ।