ଏକ ନମ୍ବର ହାଟ ସାମ୍ନାରୁ ହଟିଲା ପାର୍କିଂ

ଏକ ନମ୍ବର ହାଟ ସାମ୍ନାରୁ ହଟିଲା ପାର୍କିଂ

ଏକ ନମ୍ବର ହାଟ ସାମ୍ନାରୁ ହଟିଲା ପାର୍କିଂ
ଭୁବନେଶ୍ୱର - ଏକ ନମ୍ବର ମାର୍କେଟ ସାମ୍ନା ରାସ୍ତା ଉପରେ ହେଉଥିବା ବାଇକ ପାର୍କିଂକୁ ହଟାଯାଇଛି । ଏହି ପାର୍କିିଂକୁ ସୋମବାର ବିଏମସି ଓ ଟ୍ରାଫିକ ପୁଲିସ ମିଳିତ ଭାବେ ହଟାଇଛନ୍ତି । ଏହା ସହିତ ରାସ୍ତାକଡ଼ରେ ୩୦ରୁ ଉଦ୍ଧ୍ୱର୍ ଉଠା ଦୋକାନ ହଠେଇ ଦିଆଯାଇଛି । ଟ୍ରାଫିକ ଡିସିପି ସାଗରିକା ନାଥ, ବିଏମସି ଡେପୁଟି କମିଶନର ରୂପକ ପଟ୍ଟନାୟକ, ଟ୍ରାଫିକ ଏସିପି ଶାଶ୍ୱତ ପଣ୍ଡା, ଟ୍ରାଫିକ ଇନ୍ସିପେକ୍ଟର ସୁରେନ୍ଦ୍ର ବଳ ପ୍ରମୁଖ ଉପସ୍ଥିତ ରହି ଏହି ଜବରଦଖଲ ହଟାଇଛନ୍ତି । ତିନି ଦିନ ଧରି ଏହି ପ୍ରକି୍ରୟା ଚାଲିବ ବୋଲି ଟ୍ରାଫିକ ଡିସିପି ଚୂନା ଦେଇଛନ୍ତି । ଏହି ରାସ୍ତାକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରାଯିବ । ବାଇକ ପାର୍କିଂ କରାଯିବ ନାହିଁ । କେବଳ ଗୋଟିଏ ଧାଡ଼ିରେ କାର ପାର୍କ ହେବା ଭଳି ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି ।