ଏଥର ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ

ଏଥର ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ

ଏଥର ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ
ଭୁବନେଶ୍ବର : ରାଜ୍ୟ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସାର୍ଟିଫିକେଟ୍ ପାଇଁ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) କାର୍ୟ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ । ଏଥର ଅନଲାଇନରେ ମାଟ୍ରିକ ସାର୍ଟିଫିକେଟ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସାର୍ଟିଫିକେଟ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନଲାଇନରେ ମିଳିବ। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ବିଭାଗ ଓ ଓକାକର ମିଳିତ ପ୍ରୟାସରେ ହାଇସ୍କୁଲ ପିଲାଙ୍କୁ ସାର୍ଟିଫିକେଟ ଅନଲାଇନରେ ମିଳିବ ବୋଲି କୁହାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରମାନେ ପ୍ରାରମ୍ଭିକ ପର୍ୟ୍ୟାୟରେ ସେମାନଙ୍କର ଡକ୍ୟୁମେଣ୍ଟ୍ ଅନଲାଇନରେ ପାଇପାରିବେ । ଛାତ୍ରମାନେ ନିଜ ନିଜ ପଞ୍ଚାୟତରେ ଜନ ସେବା କେନ୍ଦ୍ରରେ ଅନଲାଇନ୍ ସୁବିଧା ପାଇପାରିବେ । ଏହି ପଦକ୍ଷେପକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ଓଡିଶା କମ୍ପ୍ୟୁଟର ଆବେଦନ କେନ୍ଦ୍ର (ଓସିଏସି), ଆଇଟି ବିଭାଗର ବୈଷୟିକ ନିର୍ଦ୍ଦେଶାଳୟ ଏବଂ ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ମିଳିତ ଭାବେ ବିକଶିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛି ।