ଓଡିଶା ଗ୍ରସ୍ତରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଶ୍ରୀଯୁକ୍ତ ଗିରିଷ ଚନ୍ଦ୍ର ମୁର୍ମୁ
ଓଡିଶା ଗ୍ରସ୍ତରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଶ୍ରୀଯୁକ୍ତ ଗିରିଷ ଚନ୍ଦ୍ର ମୁର୍ମୁ
admin
Dec 23, 2019 - 01:29
Updated: Dec 23, 2019 - 01:29
ବାରିପଦା(ଦିଲ୍ଲିପ ମହାନ୍ତି) - ଆଜି ତିନିଦିନିଆ ଓଡିଶା ଗସ୍ତରେ ଆସି ମୟୁରଭଞ୍ଜ ର ବେତନଟୀ ଠାରେ ପହଞ୍ଚିଛନ୍ତି ଉପରାଜ୍ୟପାଳ ଶ୍ରୀଯୁକ୍ତ ଗିରିଷ ଚନ୍ଦ୍ର ମୁର୍ମୁ।ବେତନଟୀର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଏକ ବାର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରା ଯାଇଛି।ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଗହଣରେ ତାଙ୍କୁ ପାଛୋଟି ନିଆ ଯାଇଥିଲା ସୁସଜ୍ଜିତ ମଞ୍ଚ ଉପରକୁ।ଜାମ୍ମୁ କାଶ୍ମୀର ର ଉପରାଜ୍ୟପାଳ ହେଲାପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିରେ ପାଦ ଥାପି ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି ଶ୍ରୀଯୁକ୍ତ ଗିରିଷ ଚନ୍ଦ୍ର ମୁର୍ମୁ। ସରଳ ନିରାଡ଼ମ୍ବର ଜୀବନ ଯାପନ କରୁଥିବା ଶ୍ରୀଯୁକ୍ତ ମୁର୍ମୁ କଠିନ ରୁ କଠିନ ଅଧ୍ୟବସାୟ ଓ ଇଚ୍ଛା ଶକ୍ତି ବଳରେ ଆଜି ଏହି ସୋପାନରେ ପହଞ୍ଚିଥିବାର ନିଜ ଶ୍ରେୟ ସର୍ବ ସମ୍ମୁଖରେ ବଖାଣି ଥିଲେ। ତେବେ ଏହି ତିନି ଦିନିଆ ଛୁଟି ନେ ନିଜ ଜନ୍ମମାଟି ଗସ୍ତରେ ଆସିଥିବା ଶ୍ରୀଯୁକ୍ତ ମୁର୍ମୁ ଏଠାରୁ ବାହାରି ନିଜ ପୈତୃକ ଗାଁ ବୁଲି ନିଜ ସଂପର୍କିୟମାନଙ୍କୁ ଭେଟି ବାରିପଦାରେ କିଛି କାର୍ୟ୍ୟକ୍ରମ ରେ ଯୋଗଦାନ ଦେବାର କାର୍ୟ୍ୟକ୍ରମ ରହିଛି। ସଂନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲା ରୁ ବାହାରି ବାଲେଶ୍ୱର ଠାରେ ରାତ୍ରୀ ଯାପନ କରି ଆସନ୍ତା କାଲି ଜାମ୍ମୁ-କାଶ୍ମୀର ଫେରିବା କାର୍ୟ୍ୟକ୍ରମ ରହିଥିବା ଜଣାପଡିଛି।