କଂଗ୍ରେସର ଅହିଂସା ପଦଯାତ୍ରା

କଂଗ୍ରେସର ଅହିଂସା ପଦଯାତ୍ରା

କଂଗ୍ରେସର ଅହିଂସା ପଦଯାତ୍ରା
ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରୁଛି ବାପୁଜୀଙ୍କ ୧୫୦ତମ ଜନ୍ମଦିନ । ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ କଂଗ୍ରେସର ଅହିଂସା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଗାନ୍ଧି ପାର୍କରୁ କଂଗ୍ରେସ ଭବନ ଯାଏଁ ପଦଯାତ୍ରା ହୋଇଥିଲା । ପଦଯାତ୍ରା ଅବସରରେ ରାଜ୍ୟ ପ୍ରଭାର ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ସୁରେଶ ରାଉତରାୟ, ମାନସ ଚୌଧୁରୀ, ମହମ୍ମଦ ମୋକିମ, ଜୟଦେବ ଜେନା ଓ ପ୍ରସାଦ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ହିଂସାମୁକ୍ତ ଦେଶ ଓ ଜାତିବାଦର ମୂଳପୋଛ କରିବା ଏହି ପଦଯାତ୍ରାର ମୂଳ ଲକ୍ଷ ବୋଲି କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି । ହିଂସାରେ ବିଶ୍ବାସ ରଖୁଥିବା ଦଳ ଗାନ୍ଧୀ ଜୟନ୍ତୀ ପାଳନର କରିବାର ମୂଲ୍ୟ କିଛି ନାହିଁ ବୋଲି ସେ କହିଛନ୍ତି ।