ଆଜିଠୁ ‘ମୋ ସରକାର’

ଆଜିଠୁ ‘ମୋ ସରକାର’

ଆଜିଠୁ ‘ମୋ ସରକାର’
ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ‘ମୋ ସରକାର କାର୍ଯ୍ୟକ୍ରମ’। ଏହି କାର୍ଯ୍ୟକ୍ରମକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଭିଯୋଗକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ। ସରକାରୀ ସେବାରେ ଲୋକେ କେତେ ସନ୍ତୁଷ୍ଟ, ଥାନା ବାବୁଙ୍କ ବ୍ୟବହାର, ଡାକ୍ତରଙ୍କ ରୋଗୀ ସେବା, ଏସବୁ ସମ୍ପର୍କରେ ସିଧାସଳଖ ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ। ଥାନା ସମ୍ପର୍କରେ ଅଭିଯୋଗକାରୀଙ୍କ ମତାମତ ଆଧାରରେ ଅଧିକାରୀଙ୍କୁ ମିଳିବ ପଦୋନ୍ନତି। ତେଣୁ କେଉଁ ଅଭିଯୋଗକାରୀଙ୍କ ପାଖକୁ ଯିବ ଫୋନ୍‌, କ’ଣ ରହିବ ପ୍ରଶ୍ନ, ଆଉ ସେଥିରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ହେବେ କି ନାହିଁ, ସେ ସବୁକୁ ନେଇ ପୁଲିସ୍‌ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମନରେ ଗୋଟେ ପ୍ରକାର ଭୟ ପଶି ଯାଇଛି। ଏହାପରେ ନିୟମିତ ଭାବେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଲୋକଙ୍କ ସହ କଥା ହୋଇ ସେମାନଙ୍କ ମତାମତ ସଂଗ୍ରହ କରିବେ। ପୂର୍ବରୁ ପୁଲିସ ଡିଜି ଓ ପୁଲିସ୍ କମିଶନର ଅଭିଯୋଗକାରୀଙ୍କଠାରୁ ଫିଡ୍‌ବ୍ୟାକ୍ ନେଇ ଏକ ପ୍ରକାର ରିହର୍ସାଲ୍ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଥାନା ଅଧିକାରୀ, ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଭିଡ଼ିଓ କନଫରେନସିଂରେ କଥା ହୋଇ ସାରିଛନ୍ତି।