କଟାମୁଣ୍ଡ ମହିଳାର ହତ୍ୟାର ରହସ୍ୟ ଖୋଲିଲା , ଏମିତି ହୋଇଥିଲା ହତ୍ୟା
କଟାମୁଣ୍ଡ ମହିଳାର ହତ୍ୟାର ରହସ୍ୟ ଖୋଲିଲା , ଏମିତି ହୋଇଥିଲା ହତ୍ୟା
admin
Feb 11, 2021 - 09:31
Updated: Feb 11, 2021 - 09:31
ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାର ରହସ୍ୟ ଖୁଲାସା ହୋଇଛି । ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ହତ୍ୟାକାଣ୍ଡ ରହସ୍ୟର ଖୁଲାସା କରିଛନ୍ତି । ଅଭିଯୁକ୍ତମାନେ କେମିତି ହତ୍ୟାକାଣ୍ଡ ଭିଆଇଥିଲେ ତାହାର ଖୁଲାସା କରିଛନ୍ତି କମିଶନର ଶ୍ରୀ ଷଡ଼ଙ୍ଗୀ ।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ଥିଲା । ମୃତ ମହିଳାଙ୍କ ପରିଚୟ ଜାଣିବା ଆମ ପାଇଁ ଚାଲେଞ୍ଜ ଥିଲା । ଗତ ୯ ତାରିଖ ଅପରାହ୍ନରେ ଆମକୁ ନିର୍ଦ୍ଧିଷ୍ଟ ତଥ୍ୟ ମିଳିଥିଲା । ମୃତ ମହିଳା ଜଣକ ହେଉଛନ୍ତି ପୁଷ୍ପଲତା ରାଉଳ । ତାଙ୍କ ବୟସ ୨୮ । ତାଙ୍କ ଘର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରିକୁଟି ବସ୍ତି । ପୁଷ୍ପଲତା ଅଭିଯୁକ୍ତ ସଞ୍ଜୟଙ୍କ ଘରେ ଭଡ଼ା ନେଇ ରହୁଥିଲେ । ମାସେ ହେଲା ସଞ୍ଜୟଙ୍କ ସହ ପୁଷ୍ପଲତା ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ । କିଛି ଦିନ ତଳେ ପ୍ରୀତିରଞ୍ଜନଙ୍କୁ ଆମୋଫୋଇରେ ବାହା ହୋଇଥିଲେ । ଘରେ ପ୍ରୀତିରଞ୍ଜନଙ୍କୁ ଛାଡ଼ି ସଞ୍ଜୟ ସହ ଆସି ପୁଷ୍ପଲତା ରହିଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ପରେ ସଞ୍ଜୟ ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲେ । ଘରୁ ରାତିରେ ସହଯୋଗୀ ସହ ଏକ ବୋଲେରୋରେ ଶବ ନେଇଥିଲେ । ଦାସପୁରରେ ମୁଣ୍ଡକାଟି ଫୋଫାଡ଼ି ଦେଇ ଆସିଥିଲେ । ହତ୍ୟାକାଣ୍ଡ ଘଟଣା ପରେ ଉଭୟ ଦଶପଲ୍ଲା ପଳାଇଯାଇଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କଟାମୁଣ୍ଡ ଜବତ କରାଯାଇଛି ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଆଜି ପୁଷ୍ପଲତାଙ୍କ କଟାମୁଣ୍ଡ ମିଳିଥିଲା । ଭରତପୁର ଜଙ୍ଗଲରୁ ଉକ୍ତ କଟା ମୁଣ୍ଡକୁ ପୁଲିସ ଠାବ କରିଥିଲା । ୨ ଅଭିଯୁକ୍ତ ମହିଳାଙ୍କ ମୁଣ୍ଡକାଟି ୨ କିମି ଦୂର ଭରତପୁର ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।
ସୂଚନା ଅନୁଯାୟୀ, ଗତ ୪ତାରିଖ ଦିନ ଭୁବନେଶ୍ୱର ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୁଲିସ ଖବର ଦେଇଥିଲା। ଜଣେ ଆଡିସିନାଲ୍ ଏସ୍ପି ରାଙ୍କର ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା। ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୁଲିସ ଘୋଷଣା କରିଥିଲା।