କରୋନା ଅପଡେଟ୍ : ୨୪ ଘଣ୍ଟାରେ ୩୧ହଜାର ନୂତନ ଆକ୍ରାନ୍ତ ଚିହ୍ନଟ
କରୋନା ଅପଡେଟ୍ : ୨୪ ଘଣ୍ଟାରେ ୩୧ହଜାର ନୂତନ ଆକ୍ରାନ୍ତ ଚିହ୍ନଟ
admin
Dec 10, 2020 - 04:53
Updated: Dec 10, 2020 - 04:53
ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି । ଭାରତଠାରୁ ଅଧିକ ମାମଲା ଆମେରିକା, ବ୍ରାଜିଲ୍ ଓ ତର୍କୀରେ ଦେଖଯାଉଛି । ଦେଶରେ ଗତ ୨୪ ଘଣ୍ଟାରେ ୩୧ ହଜାର ୫୨୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୧୨ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୭ ଲକ୍ଷ ୬୭ ହଜାର ୩୭୧ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ତିନିଲକ୍ଷ ୭୨ ହଜାର ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୨ ଲକ୍ଷ ୫୩ ହଜାର ଲୋକେ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସୁଦ୍ଧା ୧୫ କୋଟି ୭ ଲକ୍ଷ କରୋନା ନମୁନା ପରୀକ୍ଷଣ ହୋଇଥିବାର ସୂଚନା ଦେଇଛି ଆଇସିଏମ୍ଆର୍ ।
ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୮୮ ଲକ୍ଷ ୬୯ ହଜାର ୭୯୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୪୩ ଲକ୍ଷ ୬୦ ହଜାର ୯୦୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୯ ଲକ୍ଷ ୩୯ ହଜାର୯୬୮ ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ୬୮ ହଜାର ୯୨୪ରେ ପହଞ୍ଚିଛି ।