କରୋନା : ଋଷକୁ ପଛରେ ପକାଇଲା ଭାରତ

କରୋନା : ଋଷକୁ ପଛରେ ପକାଇଲା ଭାରତ

କରୋନା : ଋଷକୁ ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ପ୍ରାୟ ପନ୍ଦର ହଜାରରୁ ଉଦ୍ଧ୍ୱର୍ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦେଶର ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେବଳ ଜୁଲାଇ ମାସର ପ୍ରଥମ ୫ ଦିନରେ ହିଁ ୧ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଛୁଇଁସାରିଛି । ସମ୍ପ୍ରତି ଆମେରିକାରେ ୨୯.୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା କରୋନା ସଂକ୍ରମିତ ତାଲିକାରେ ୧ ନମ୍ବରରେ ରହିଛି । ଆମେରିକାରେ ଇତିମଧ୍ୟରେ ୧ ଲକ୍ଷ ୩୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ମୃତୁ୍ୟ ହୋଇସାରିଛି । ସେହିପରି ବ୍ରାଜିଲରେ ୧୫.୮ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତୁ୍ୟ ସଂଖ୍ୟା ୬୫ ହଜାର ଛୁଇଁସାରିଛି । ତେବେ ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଛୁଇଁଥିବାବେଳେ ମୃତୁ୍ୟ ସଂଖ୍ୟା ୨୦ ହଜାରରେ ପହଁଚି ସାରିଛି । ଏହାପଛକୁ ରହିଛି ଋଷିଆ । ଋଷିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୬.୮୧ ଲକ୍ଷ ଥିବାବେଳେ ମୃତୁ୍ୟ ସଂଖ୍ୟା ୧୦ ହଜାର ଟପିସାରିଛି । ଜୁଲାଇରେ ଆମେରିକାରେ ସର୍ବାଧିକ ୨.୪୮ ଲକ୍ଷ, ବ୍ରାଜିଲରେ ୨ ଲକ୍ଷ, ଭାରତରେ ୧.୧୨ ଲକ୍ଷ ଓ ଦକ୍ଷିଣ ଆଫ୍ରିକାରେ ୪୩ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।