ରାଧାରାଣୀ ପଣ୍ଡା ଗୁରୁତର

ରାଧାରାଣୀ ପଣ୍ଡା ଗୁରୁତର

ରାଧାରାଣୀ ପଣ୍ଡା ଗୁରୁତର
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ବରଗଡ଼ ମେଡ଼ିକାଲରେ ସେ ଚିକିତ୍ସିତ ହେଉଛନ୍ତି । ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । କିନ୍ତୁ ଏବେ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି ବୋଲି ଜାଣିବାକୁ ମିଳିଛି । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନାରୀ ନେତ୍ରୀ ଭାବେ ତାଙ୍କର ସୁନାମ ରହିଛି । ଜନତା ଦଳରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ରାଧାରାଣୀ ଗତ ୨୦୧୪ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ବ୍ରଜରାଜନଗରର ଟାଣୁଆ ନେତା ଅନୁପ କୁମାର ସାଏଙ୍କୁ ସେ ପରାସ୍ତ କରିଥିଲେ । ତେବେ ୨୦୧୯ ନିର୍ବାଚନରେ ରାଜନୈତିକ ଅଙ୍କ ବଦଳି ଯାଇଥିଲା । ନିର୍ବାଚନରେ ସେ ଝାରସୁଗୁଡ଼ାର ଟାଣୁଆ ନେତା କିଶୋର ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିଲେ । ଅପରପକ୍ଷରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବାବେଳେ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।