କରୋନା ଟିକା ନେଲେ ହେଉଛି ଆଲର୍ଜି : ଜାଣନ୍ତୁ କେଉଁ ଜାଗାରେ ଏପରି ଘଟୁଛି

କରୋନା ଟିକା ନେଲେ ହେଉଛି ଆଲର୍ଜି : ଜାଣନ୍ତୁ କେଉଁ ଜାଗାରେ ଏପରି ଘଟୁଛି

କରୋନା ଟିକା ନେଲେ ହେଉଛି ଆଲର୍ଜି : ଜାଣନ୍ତୁ କେଉଁ ଜାଗାରେ ଏପରି ଘଟୁଛି
ନୂଆଦିଲ୍ଲୀ : କରୋନା ଟୀକାକରଣ ନେଇ ସାରା ଭାରତରେ ପ୍ରସ୍ତୁତି ଜୋରଦାର ଜାରିରହିଛି । ତେବେ କରୋନା ଟୀକା ନେବା ଫଳରେ ଅନେକ ଲୋକଙ୍କୁ ଆଲର୍ଜି ହେଉଛି । ଆମେରିକାରେ ଏଭଳି ବହୁ ଘଟଣା ଦେଖିବାକୁ ମିଳିଥିବାବେଳେ ଆମେରିକାର ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ଏହାର ଅନୁଧ୍ୟାନ ଆରମ୍ଭ କରିଛି । ଆମେରିକାର ଫାଇଜର ଓ ମଡ଼ର୍ଣ୍ଣା ଟୀକାକରଣ ଆରମ୍ଭ ହୋଇଯାଇଛି । ତେବେ ଟୀକା ନେଉଥିବା କେତେକ ଲୋକ ଏଲର୍ଜି ସଂକ୍ରମଣର ଶିକାର ହେଉଥିବା ଦେଖିବାକୁ ମିଳିଛି । ତେବେ ସେମାନଙ୍କୁ ଦ୍ୱିତୀୟ ଡୋଜ ଦେବା ପାଇଁ ପରାମର୍ଶ ମଧ୍ୟ ଦିଆଯାଉଛି । ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫାଇଜର ଟୀକା ଲଗାଇବା ପରେ ଏନାଫିଲେନକ୍ୱିସ ଭଳି ୨୮ଟି ମାମଲା ପଦାକୁ ଆସିଛି । ଅର୍ଥାତ ଲୋକମାନେ ଗମ୍ଭୀର ଆଲର୍ଜି ସଂକ୍ରମଣର ଶିକାର ହେଉଛନ୍ତି । ଅପରପକ୍ଷରେ ଏ ସଂକ୍ରାନ୍ତରେ ଆମେରିକାର ଜନ ସ୍ୱାସ୍ଥ୍ୟ ଏଜେନ୍ସୀ ପକ୍ଷରୁ କୁହାଯାଇଛିଯେ, ସାଧାରଣତଃ ୧୦ ଲକ୍ଷ ଟୀକାକରଣରେ ୧୧.୧% ଏଲର୍ଜି ହୋଇଥାଏ । କିନ୍ତୁ କରୋନା କ୍ଷେତ୍ରରେ ଏହା ୧.୩% ରହିଛି । ୧୪ ଡିସେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ଫାଇଜରର ୧୮.୯୬ ଲକ୍ଷ ଟୀକା ଦିଆଯାଇଥିବାବେଳେ ସେଥିମଧ୍ୟରୁ ଏନାଫିଲେକ୍ୱିସର ମାତ୍ର ୨୧ଟି ମାମଲା ସାମ୍ନାକୁ ଆସିଛି ।