କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୧୫ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ

କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୧୫ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ

କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୧୫ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ
ଭୁବନେଶ୍ୱର: ରାଜ୍ୟରେ ଆଜି ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ରାୟଗଡା ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ-୨, କଳାହାଣ୍ଡି-୨ କରୋନା ଦ୍ୱାରା ମୃତୁ୍ୟବରଣ କରିଛନ୍ତି । ସୁବର୍ଣ୍ଣପୁର, ପୁରୀ, ଓ କଟକ ଜିଲ୍ଲାରେ ଜଣେ ଖେଲାଏଁ ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତୁ୍ୟସଂଖ୍ୟା ୨ ହଜାର ୮୮ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ୮୨୧୬ ମଧ୍ୟରୁ କ୍ୱାରେଂଟିନରୁ ୪୬୮୪, ଲୋକାଲ କେସରୁ ୩୫୩୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୨୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୬୩୬, କଳାହାଣ୍ଡି-୨୩୮ , କଟକ-୪୪୭, ନୂଆପଡା -୨୬୧, ସମ୍ବଲପୁର-୩୮୫, ଝାରସୁଗୁଡା-୩୧୬ , ପୁରୀ-୪୦୨, ବରଗଡ-୩୭୫, ନବରଙ୍ଗପୁର-୩୧୯, ବାଲେଶ୍ୱର-୩୦୨ , ସୁବର୍ଣ୍ଣପୁର-୧୪୮ , ବଲାଙ୍ଗିର-୩୦୫ , ଷ୍ଟେଟପୁଲ-୨୩୮, ଗଞ୍ଜାମ-୬୯, ମୟୂରଭଞ୍ଜ-୧୯୦, କେନ୍ଦୁଝର-୧୨୯, କୋରାପୁଟ-୧୩୩, ଭଦ୍ରକ-୬୩, ଯାଜପୁର-୩୪୭, ନୟାଗଡ-୨୫୦ , ରାୟଗଡା-୨୩୨, ଅନୁଗୁଳ-୩୯୪, ଜଗତସିଂହପୁର-୧୦୬, ଗଜପତି-୧୨୧, କେନ୍ଦ୍ରାପଡା-୮୭, ବୌଦ୍ଧ-୯୮, କନ୍ଧମାଳ-୭୭, ଢେଙ୍କାନାଳ-୪୭, ଓ ମାଲକାନଗିରି-୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୭୩ ହଜାର ୫୪୮ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୪ ଲକ୍ଷ ୦୪ ହଜାର ୦୬୩ ଆକ୍ରାନ୍ତ ସୁସ୍ଥ ହେଲେଣି ।