କରୋନା ଦ୍ୱିତୀୟ ଲହରୀ : ଆଜି ଦେଶରୁ ଗୋଟିଏ ଦିନରେ ୪ ହଜାର ୨୦୯ ଜଣଙ୍କ ମୃତୁ୍ୟ
କରୋନା ଦ୍ୱିତୀୟ ଲହରୀ : ଆଜି ଦେଶରୁ ଗୋଟିଏ ଦିନରେ ୪ ହଜାର ୨୦୯ ଜଣଙ୍କ ମୃତୁ୍ୟ
admin
May 21, 2021 - 05:03
Updated: May 21, 2021 - 05:03
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୫୯ ହଜାର ୫୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୪ ହଜାର ୨୦୯ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୯୧ ହଜାର ୩୩୧ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୦ ଲକ୍ଷ ୩୧ ହଜାର ୯୯୧ ରେ ପହଂଚିଛି । ଦେଶରେ ୩୦ ଲକ୍ଷ ୨୭ ହଜାର ୯୨୫ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୨ କୋଟି ୨୭ ଲକ୍ଷ ୧୨ ହଜାର ୭୩୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।