କରୋନା ଭୂତାଣୁ ବାୟୁବାହିତ : ଆମେରିକା

କରୋନା ଭୂତାଣୁ ବାୟୁବାହିତ : ଆମେରିକା

କରୋନା ଭୂତାଣୁ ବାୟୁବାହିତ : ଆମେରିକା
ୱାସିଂଟନ: କରୋନା ଭୂତାଣୁ ସାର୍ସ କୋଭ-୨ ବାୟୁବାହିତ ବୋଲି ପୂର୍ବରୁ କିଛି ବିଶେଷଜ୍ଞ ଦାବି କରିଛନ୍ତି । ଏବେ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) ପକ୍ଷରୁ ଏହି ଭୂତାଣୁ ବାୟୁବାହିତ ବୋଲି ସ୍ୱୀକାର କରାଯାଇଛି । ଶ୍ୱାସକି୍ରୟା ସମୟରେ ଏହି ଭୂତାଣୁ ଛୋଟ କଣିକା (ଏରୋସୋଲାଇଜଡ ପାର୍ଟିକିଲ) ଆକାରରେ ବ୍ୟାପିପାରିବ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ସିଡିସି ଏହାର ଉପେଦଶାବଳିରେ ପରିବର୍ତ୍ତନ ଆଣିଛି । କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ ଶ୍ୱାସ ପ୍ରଶ୍ୱାସରେ ଆତଯାତ ହେଉଥିବା ତରଳ ପଦାର୍ଥ ଦ୍ୱାରା ସାର୍ସ କୋଭ-୨ ସଂକ୍ରମିତ ହୋଇଥାଏ । କଥା କହିବା ବେଳେ ଜଣେ ବ୍ୟକ୍ତିର ନିଃଶ୍ୱାସ ପ୍ରଶ୍ୱାସରେ ଆସୁଥିବା ତରଳ ପଦାର୍ଥ ଚଟାଣରେ ପଡ଼ିଥାଏ କିମ୍ବା ବାୟୁମଣ୍ଡଳରେ ବୁଲିଥାଏ । ବଡ଼ ତରଳ ବୁନ୍ଦା ଗୁଡ଼ିକ ତୁରନ୍ତ ତଳକୁ ଖସି ଯାଉଥିବା ବେଳେ କ୍ଷୁଦ୍ର ଆକୃତିର ତରଳ ବୁନ୍ଦା ବା ଡ୍ରପଲେଟଗୁଡ଼ିକ ବାୟୁ ମଣ୍ଡଳରେ ଘଣ୍ଟା ଘଣ୍ଟା ଧରି ଘୂରିବୁଲିଥାଏ । ପ୍ରଶ୍ୱାସ ନେବା ବେଳେ ଜଣେ ବ୍ୟକ୍ତି ଯଦି ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ୬ ଫୁଟ ବାହାରେ ରହିଥାଏ ତା ହେଲେ ସଂକ୍ରମଣର ଆଶଙ୍କା କମ ରହିଥାଏ । କିନ୍ତୁ ନିବୁଜ ଘର ଭିତରେ ଜଣେ ସଂକ୍ରମିତ ବ୍ୟକ୍ତି ନିଃଶ୍ୱାସ ଛାଡ଼ିବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ୬ ଫୁଟ ତୂରରେ ଥିଲେ ମଧ୍ୟ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ ।