ଭାତୁଡ଼ି ହଟାଇବାର ଘରୋଇ ଉପାୟ
ଭାତୁଡ଼ି ହଟାଇବାର ଘରୋଇ ଉପାୟ
admin
May 11, 2021 - 06:06
Updated: May 11, 2021 - 06:06
ଶରୀରରେ ଭାତୁଡ଼ି ହେଲେ ଏହା ଶରୀରକୁ ଅସୁନ୍ଦର କରିଦିଏ। ଏହାକୁ ହଟାଇବାକୁ ଲୋକେ ଅନେକ ଉପଚାର କରିଥାଆନ୍ତି। ଶେଷରେ ସବୁ ଉପଚାରରେ ବିଫଳ ହୋଇ ଅନେକ ଟଙ୍କା ଖର୍ଚ୍ଚ କରି ଅସ୍ତ୍ରୋପଚାର କରି ଏହାକୁ ଶରୀରରୁ ହଟାଇ ଥାଆନ୍ତି। ତେବେ ଏପରି କିଛି ଘରୋଇ ଉପାୟ ଅଛି ଯାହା ପ୍ରାକୃତିକ ଭାବେ ଶରୀରରୁ ଭାତୁଡ଼ି ହଟାଇବାରେ ଆପଣଙ୍କୁ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ଭାତୁଡ଼ି ସମସ୍ୟାରୁ ମୁକ୍ତି ପାଇବାର ଘରୋଇ ଉପାୟ
ରସୁଣ: ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା ସ୍ଥାନରେ ଘଷନ୍ତୁ। ଏପରି କିଛି ସପ୍ତାହ ଲଗାତର କରନ୍ତୁ।
ଲେମ୍ବୁରସ: ଭାତୁଡ଼ି ହୋଇଥିବା ସ୍ଥାନରେ ଲେମ୍ବୁରସ ଲଗାଇଲେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।
ଆଳୁରସ: ଭାତୁଡ଼ି ହଟାଇବା ପାଇଁ ଆଳୁରସ ଏକ ଭଲ ବିକଳ୍ପ। ରାତିସାରା ଆଳୁରସକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାଇ ଶୁଅନ୍ତୁ। ସକାଳୁ ଉଠି ଭଲ ଭାବରେ ଧୋଇଦିଅନ୍ତୁ। ଖୁବ୍ଶୀଘ୍ର ସୁଫଳ ମିଳିବ।
ବେକିଂ ସୋଡ଼ା: ତ୍ୱଚା ସମସ୍ୟା ପାଇଁ ବେକିଂ ସୋଡ଼ାର ବ୍ୟବହାର ଖୁବ୍ ଲାଭଦାୟକ। ଜଡ଼ାତେଲରେ ବେକିଂ ସୋଡ଼ା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରନ୍ତୁ। ଦେଖିବେ କିଛିଦିନ ମଧ୍ୟରେ ଏହି ସମସ୍ୟା ଦୂର ହୋଇଯିବ।