କୋଭିଡରେ ୧୦ ବର୍ଷର ପିଲା ମୃତ

କୋଭିଡରେ ୧୦ ବର୍ଷର ପିଲା ମୃତ

 କୋଭିଡରେ ୧୦ ବର୍ଷର ପିଲା ମୃତ
ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କୋଭିଡ ହସ୍ପିଟାଲରେ ୧୦ବର୍ଷର ପିଲାର ମୃତୁ୍ୟ ଘଟିଛି । ପିଲାଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାକୁ ରବିବାର ସକାଳେ ଏମକେସିଜି ମେଡିକାଲ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାର ମୃତୁ୍ୟ ଘଟିଛି । ସେପଟେ ପିଲାଟି ହିମୋଫିଲିଆ ରୋଗରେ ପୀଡ଼ିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ବିିଭିନ୍ନ ସମୟରେ ଚିକିତ୍ସିତ ହେଉଥିଲେ । ଶିଶୁଟିର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିଲା । ତା’ର ଜୀବନ ବଞ୍ଚାଇବା ପାଇଁ ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରିଥିଲେ । କିନ୍ତୁ ଶିଶୁର ଜୀବନ ରକ୍ଷା କରାଯାଇ ପାରି ନଥିଲା ବୋଲି ଜିଲ୍ଲାପାଳ କହିଛନ୍ତି । ବ୍ରହ୍ମପୁର ହାଉସିଂବୋର୍ଡ ଅଞ୍ଚଳର ଏହି ୧୦ବର୍ଷର ପିଲାର ଦେହ ଅସୁସ୍ଥ ହୋଇଥିଲା । ପରିବାରବର୍ଗ ଗତ ଶନିବାର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । କୋଭିଡ ପରୀକ୍ଷା କରିବା ପରେ ସେ ପଜିଟିଭ ଥିବା ଜଣାପଡ଼ିଥିଲା । ଗତକାଲି ଦିନ ୧୧ଟା ବେଳେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାର ଅବସ୍ଥା ଜଟିଳ ରହିଥିବାବେଳେ ଅକ୍ସିଜେନସ୍ତର ମଧ୍ୟ କମିଯାଇଥିଲା ।