କରୋନା ରୋଗୀଙ୍କ ପ୍ଲାଜମା ଥେିରାପି ଚିକିତ୍ସା ହୋଇଛି ସଫଳ

କରୋନା ରୋଗୀଙ୍କ ପ୍ଲାଜମା ଥେିରାପି ଚିକିତ୍ସା ହୋଇଛି ସଫଳ

କରୋନା ରୋଗୀଙ୍କ ପ୍ଲାଜମା ଥେିରାପି ଚିକିତ୍ସା ହୋଇଛି ସଫଳ
କରୋନା କବଳରେ ଏବେ ସାରା ବିଶ୍ୱ । ଭାରତ ମଧ୍ୟ ଏଥିରୁ ବର୍ତ୍ତିଯାଇପାରିନାହିଁ । କରୋନା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଭ୍ୟାକସିନ ବାହାରିନଥିବାବେଳେ ସାମାଜିକ ଦୂରତ୍ୱକୁ ହିଁ ଗୁରୁତ୍ୱ ଦିଆଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମାନାକୁ ଆସିଛି । କରୋନା ରୋଗୀଙ୍କୁ ପ୍ଲାଜନା ଥେିରାପି ଚିକିତ୍ସା ସଫଳ ହେଉଥିବ ସୂଚନା ମିଳିଛି । ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତାଙ୍କ ସୂଚନା ଅନୁଯାୟୀ ପ୍ଲାଜମା ଥେିରାପି ଦ୍ୱାରା ୪ ଜଣ ଆକ୍ରାନ୍ତ ଏବେ ସୁସ୍ଥ ହୋଇଛନ୍ତି । ଆଉ ୨/୩ ଜଣ ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ପ୍ରସ୍ତୁତି ସରିଥିବା କେଜରିୱାଲ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦେବାକୁ ଅପିଲ କରାଯାଇଛି । ଇନଷ୍ଟିଚୁ୍ୟଟ ଅଫ ଲିଭରର ମୁଖ୍ୟ ଡାକ୍ତର ଏସ.କେ ସରିନ ଏଭଳି ଅପିଲ କରିଛନ୍ତି । ମାନବିକତାରର ପରିଚୟ ଦେଇ ପ୍ଲାଜମା ଦାନ କରିବାକୁ ସେ ଅପିଲ କରିଛନ୍ତି ।