ଘୁଙ୍ଗୁଡ଼ି

ଘୁଙ୍ଗୁଡ଼ି

ଘୁଙ୍ଗୁଡ଼ି
ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ପ୍ରାୟ ୬ ପ୍ରକାରର ଘୁଙ୍ଗୁଡ଼ି ଶବ୍ଦ ଉପôନ୍ନ କରିପାରେ ବୋଲି ଜଣାପଡ଼ିଛି । ଅବଶ୍ୟ ଏହା ତାଙ୍କ ଜ୍ଞାତସାରରେ ହୋଇନଥାଏ । ରାତି୍ରର ଦ୍ୱିତୀୟ ପ୍ରହରରେ ପ୍ରାୟ ୫୫% ଲୋକ ଘୁଙ୍ଗୁଡ଼ି ମାରିଥାନ୍ତି । ଏଇ ନିକଟରେ ଆମେରିକାର ପ୍ରମୁଖ ଖବରରେ ଘୁଙ୍ଗୁଡ଼ି ଖବର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । ସେଠାକାର ପ୍ରାୟ ୩୩% ପୁରୁଷ ଓ ନାରୀ ୩ ମାସ ମଧ୍ୟରେ କେବଳ ଗୋଟିଏ ବଡ଼ ଅଭିଯୋଗ କରୁଛନ୍ତି, ନିଦ୍ରାହୀନତା ତାହା ପୁଣି ଘୁଙ୍ଗୁଡ଼ି ପାଇଁ । ଏହାକୁ ଦୃଷ୍ଟିରେ ରଖି ଆମେରିକୀୟ ଡାକ୍ତରଙ୍କ ଚେଷ୍ଟାରେ ସୁଖଦ ନିଦ୍ରା ପାଇଁ ଏକ ସ୍ୱତନ୍ତ୍ର ଚିକିତ୍ସା ସମସ୍ତ ହସ୍ପିଟାଲରେ ଏକ ସମୟରେ ଆରମ୍ଭ କରାଗଲା । ଫଳାଫଳ ନିରାଶାଜନକ ବୋଲି ମାତ୍ର ୨ ସପ୍ତାହରେ ଜଣାପଡ଼ିଲା । ଆନୁମାନିକ ୧୮,୦୦୦,୦୦୦ ଆମେରିକୀୟ ବ୍ୟକ୍ତି ଏହି ଘୁଙ୍ଗୁଡ଼ି ମାରିବା ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ୮ ଘଣ୍ଟାର ହାଡ଼ଭଙ୍ଗା ଖଟଣି ପରେ ଅଧିକାଂଶ ପୁରୁଷ ଓ ମହିଳା ନିଶ୍ଚେତ ହୋଇ ସୋଫା ଉପରେ ହିଁ ଶୋଇପଡ଼ନ୍ତି । ସେମାନଙ୍କର ଧ୍ୟାନ କିମ୍ବା ଧାରଣା ମଧ୍ୟ ନଥାଏ ଯେ ସେମାନେ କେତେ ଜୋରରେ ଘୁଙ୍ଗୁଡ଼ି ମାରୁଛନ୍ତି? ଏଇ ସବୁ ଚିନ୍ତାର ଅନ୍ତ ଏବେ ଘଟିଛି । ଆମେରିକୀୟ ବଜାରରେ ଏବେ ‘ମାଇଁ ସ୍ନୋରିଙ୍ଗ ସଲୁ୍ୟସନ’ (ମୋ ଘୁଙ୍ଗୁଡ଼ିର ସମାଧାନ) ଯନ୍ତ୍ର ପ୍ରବେଶ କରିଛି । ଏହା ଏକ ବ୍ୟାଣ୍ଡ ପରି ପ୍ରସ୍ତୁତ ହୋଇଛି । ଆପଣ ଏହାକୁ ରାତି ସମୟରେ ମୁଣ୍ଡରେ ବାନ୍ଧି ଶୋଇବେ । ଏହା ଦ୍ୱାରା କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ପୂର୍ବରୁ ଡାକ୍ତରମାନେ ପ୍ରକାଶ କରିଛନ୍ତି ।