କରୋନା ସଂକ୍ରମଣରେ ହ୍ରାସ ସହିତ ଅର୍ଥବ୍ୟବସ୍ଥା ସବଳ ହେଉଛି : ସୀତାରମଣ

କରୋନା ସଂକ୍ରମଣରେ ହ୍ରାସ ସହିତ ଅର୍ଥବ୍ୟବସ୍ଥା ସବଳ ହେଉଛି : ସୀତାରମଣ

କରୋନା ସଂକ୍ରମଣରେ ହ୍ରାସ ସହିତ ଅର୍ଥବ୍ୟବସ୍ଥା ସବଳ ହେଉଛି : ସୀତାରମଣ
ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଥିଲା । ତେବେ ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅର୍ଥ ବ୍ୟବସ୍ଥା ମଧ୍ୟ ସବଳ ହେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି । ଦେଶର ଅର୍ଥନୀତି ଧୀରେ ଧୀରେ ସୁଧୁରିଥିବା ବେଳେ ମୁଡିସ ପକ୍ଷରୁ ଆଜି ଭାରତୀୟ ଅଭିବୃଦ୍ଧିର ରେଟିଂ ପ୍ରକାଶ କରାଯାଇଥିଲା । ପୂର୍ବରୁ ଚଳିତ ବର୍ଷର ଅଭିବୃଦ୍ଧି ହାର ଋଣାତ୍ମକ ୯.୬ ପ୍ରତିଶତ ରହିଥିବା ବେଳେ ଆଜି ଏହାକୁ ଋଣାତ୍ମକ୮.୯କୁ ସଂଶୋଧିତ କରାଯାଇଛି । ସେହିପରି ୨୦୨୨ ସୁଦ୍ଧା ଭାରତୀୟ ଅଭିବୃଦ୍ଧି ୮.୧ ଅନୁମାନ କରାଯାଇଥିବା ବେଳେ ଆଜି ଏହାକୁ ସଂଶୋଧିତ କରାଯାଇ ୮.୭ ରଖାଯାଇଛି । ୱାନ ନେସନ ୱାନ ରାସନ କାର୍ଡକୁ ୨୮ଟି ରାଜ୍ୟରେ ଲାଗୁ କରାଯାଇଥିବା ବେଳେ ପ୍ରାୟ ୮୮.୪୬ କୋଟି ଲୋକ ଏହା ଦ୍ୱାରା ଲାଭବାନ ହୋଇପାରିବେ । ପିଏମ ସ୍ୱନିଧି ଯୋଜନାରେ ପ୍ରାୟ ୨୬.୬୨ ଉଠା ଦୋକାନୀ ଋଣ ପାଇଁ ଆବେଦନ କରିଥିବା ବେଳେ ଏହା ମଧ୍ୟରୁ ୧୩.୭୮ ଲକ୍ଷ ଋଣ ମଞ୍ଜୁର କରାଯାଇଛି । ସେହିପରି ପ୍ରବାସରୁ ଫେରିଥିବା ଶ୍ରମିକ ମାନଙ୍କ ପାଇଁ ଶ୍ରମ ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିତ ଭାବରେ ଏକ ପୋର୍ଟାଲ ନିର୍ମାଣ କରାଯାଉଛି । ଏହା ସହିତ କୃଷି, ମତ୍ସ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଥରାଶି ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ଏହାଛଡ଼ା ସେ କହିଛନ୍ତି ଯେ, ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଶକ୍ତି ଓ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଛି । ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।