କଳକିଂତ ସ୍ବଛ ଭାରତ ମିଶନ, କାହା ସ୍ୱାର୍ଥରେ ମିଛ ପ୍ରଚାର

କଳକିଂତ ସ୍ବଛ ଭାରତ ମିଶନ, କାହା ସ୍ୱାର୍ଥରେ ମିଛ ପ୍ରଚାର

କଳକିଂତ ସ୍ବଛ ଭାରତ ମିଶନ, କାହା ସ୍ୱାର୍ଥରେ ମିଛ ପ୍ରଚାର
ଢେକାଂନାଳ/ଭୁବନ (ସଞ୍ଜୟ କୁମାର ନାୟକ)- ଭୁବନ ବ୍ଲକ ଅନ୍ତର୍ଗତ ୧୭ଟି ପଂଚାୟତରେ ଦେଖିବାକୁ ମିଳୁଛି ସ୍ବଛ ଭାରତର କଳକିଂତ ଅଧ୍ୟାୟ ଯାହା ସାରା ଅଚଂଳରେ ଏବେ ଆଲୋଡନ ସ୍ରୁଷ୍ଟି କରିଛି ା ମିଳିଥିବା ସୁଚନା ଅନୁଯାଇ ଦୀର୍ଘ ୨ବର୍ଷ ହେବ ଏକ ଘଏଙକୁ ସ୍ବଛ ଭାରତ ମିଶନର ପାଇଖାନା ନିର୍ମାଣ ନିମନ୍ତେ କାର୍ୟ୍ୟାଦେଶ ମିଳିଥିଲା ା ସେ ସଂସ୍ଥା ବିଭିନ୍ନ ପଂଚାୟତରେ ପାଇଖାନା ନିର୍ମାଣ ଆରମ୍ଭ କରିଥିଲା ାକିନ୍ତୁ ବିଡମ୍ବନାର ବିଷୟ ଏ ଠିକା ସଂସ୍ଥା ମନ ଇଛା ପାଇଖାନା କାର୍ୟ୍ୟ କରିଥିବା ଅଭିଯୋଗ ହେଉଛି ା କାମ ସବୁ ନିମ୍ନ ମାନର ହେଇଥିବାବେଳେ ଆଜି ପର୍ୟ୍ୟନ୍ତ କୌଣସି ପାଇଖାନା ସଂପୁର୍ଣ୍ନ ହୋଇପାରି ନାହିଁ ା ଅନ୍ୟ ପଟରେ ଏ ଠକାଦାରି ସଂସ୍ଥା ନିମ୍ନମାନ କାମ କରିଥିବା ସହ ଏକାଥରେ ୩ଟି ପାଇଖାନାକୁ ଲଗେଇ ୪ଟି କାନ୍ଥରେ କରିଥିବା ଦେଖିବାକୁ ମିଳିଛି ଯାହା ସାରା ଅଚଂଳରେ ଚାଚଂଲ୍ୟ ଖେଳେଇ ଦେଇଛି ା ଏହା ସହ ପାଇଖାନାରେ ବାଉଁଶ କାଠର ବ୍ୟବହାର ମଧ୍ୟ ହୋଇଛି ା ସବୁଠାରୁ ବଡ ବିଚିତ୍ର କଥାକି ଏ ପର୍ୟ୍ୟନ୍ତ ପାଇଖାନା କାର୍ୟ୍ୟ ସଂପୁର୍ଣ ହୋଇନଥିବାବେଳେ ଗାଁ ୯୯ଶତଭାଗ ଲୋକ ବାହାରେ ମଳତ୍ୟାଗ କରୁଛନ୍ତି ା ଏ ନେଇ ସ୍ଥାନୀୟ ସରପଂଚକଂ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ କୌଣସି ଖବର ନଥିବାବେଳେ କିଏ ଏବଂ କେଉଁ ଅଧିକୀରି ତଦନ୍ତ କରି ବିଭିନ୍ନ ଗ୍ରାମକୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କଲେ ତାହା ଏକ ପ୍ରଶ୍ନବାଚୀ ା