କାବୁଲି ଚଣାର ଉପକାରିତା
କାବୁଲି ଚଣାର ଉପକାରିତା
admin
Jun 6, 2019 - 10:26
Updated: Jun 6, 2019 - 10:26
ଭାରତୀୟ ବଜାରରେ ବିଭିନ୍ନ ପ୍ରକାରର ଡାଲି ମିଲିଥାଏ । ବିଶେଷ କରି ଉତର ଭାରତୀୟ ଲୋକ ନିୟମିତ ଭାବେ ଭିନ୍ନଭିନ୍ନ ପ୍ରକାରର ଡାଲି ଖାଇବାକୁ ପସନ୍ଦ କରନ୍ତି । ପ୍ରୋଟିନ ଭରପୂର ବିଭିନ୍ନ ପ୍ରକାର ଡାଲି ଖାଇବା ସହ ସପ୍ତାହକୁ ଥରେ କିମ୍ବା ଦୁଇଥର କାବୁଲି ଚଣା ତରକାରି ଖାଇବା ମଧ୍ୟ ଦେହ ପାିଁ ହିତକର ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ ।
- ୧ କପ କାବୁଲି ଚଣାରେ ୧୬୪ କ୍ୟାଲୋରୀ ଥିବାବେଳେ ପିଲାଠାରୁ ବୟସ୍କ ସମସ୍ତେ ନିୟମିତ ଏହାକୁ ଖାଇବା ହିତକର । ପେଟରୁ ଚର୍ବି କମ କରିବାକୁ ଚାହୁଁଥିଲେ ଏଇ ଚଣା ସିଝା କିମ୍ବା ତରକାରି ଖାଆନ୍ତୁ । ଏଥିରେ ମହଜୁଦ ଥିବା ଫାଇବର ଶରୀରରୁ ଚର୍ବି କମ କରିବା ସହ ଭୋକ ମଧ୍ୟ ନିୟନ୍ତ୍ରଣ କରେ ।
- ମଧୁମେହ ରୋଗୀଙ୍କ ପାଇଁ ଏହା ମହୌଷଧିଠାରୁ କମ ନୁଡେଁ ଫରାଇବରଯୁକ୍ତ ଖାଦ୍ୟ ରକ୍ତଶର୍କରା ନିୟନ୍ତ୍ରଣ କରିବା ସହ ଶରୀରକୁ ଶକ୍ତି ଯୋଗାଉଥିବାବେଳେ ବିଶେଷଜ୍ଞଙ୍କ ମତ ।
- କ୍ୟାଲସିୟମ, ମ୍ୟାଗ୍ନସିୟମ, ଫସଫରସ ମହଜୁଦ ଥିବା କାବୁଲି ଚଣା ନିୟମିତ ଖାଇବା ଦ୍ୱାରା ଦାନ୍ତ ଓ ହାଡ ଭଲଭାବେ ମଜବୁତ ହେଇଥାଏ । ଭିଟାମିନ ବି ଆବଶ୍ୟକ ପରିମାଣରେ ଥିବା କାବୁଲି ଚଣା ଖାଇଲେ ଯକୃତକୁ ମଧ୍ୟ ଶକ୍ତି ମିଳେ ନିଶାସେବନ କରୁଥିବା ଲୋକଙ୍କୁ ପ୍ରତ୍ୟହ କାବୁଲି ଚଣା ପ୍ରସ୍ତୁତ କୌଣସି ବ୍ୟଞ୍ଜନ ଦେବା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଉତମ ପ୍ରଭାବ ପକାଇଥାଏ ।