କାମ ନକରି ବିଲ ପ୍ରଦାନ,ବେଗା ସରପଞ୍ଚଙ୍କ ବହିଷ୍କାର ଦାବି

କାମ ନକରି ବିଲ ପ୍ରଦାନ,ବେଗା ସରପଞ୍ଚଙ୍କ ବହିଷ୍କାର ଦାବି

କାମ ନକରି ବିଲ ପ୍ରଦାନ,ବେଗା ସରପଞ୍ଚଙ୍କ ବହିଷ୍କାର ଦାବି
ଭୁବନ (ସଞ୍ଜୟ କୁମାର ନାୟକି)- ନେତାଙ୍କୁ ନିର୍ବାଚିତ କରିଥାନ୍ତି ଜନତା । ଦୁଃଖ ସମୟରେ ସାହାଯ୍ୟ ହେବେ । ନିର୍ବାଚତି ହେବା ପରେ ସାହାର୍ଯ୍ୟ କରିବେ କଣ ବଂର ଜନତାଙ୍କ ହକକୁ ଚଢାଇ ନେବା ରୁ ଉତ୍ୟକ୍ତ ଜନତା ପଚାଂୟତ ଘେରିବା ସହ ଉନୟନ କାମ ବନ୍ଦ କରିଛନ୍ତି । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବେଗା ପଚାଂୟତରେ ।ସୂଚନାଅଧିକାର ତଥ୍ୟକୁ ଆଧାର କରି ଜଣାଯାଏ ଯେ ବେଗା ପଚାଂୟତଟି ୫ଟି ରାଜସ୍ୱ ଗ୍ରାମକୁ ନେଇ ଗଠିତ । ୧୭ଟି ୱାର୍ଡର ବାସିନ୍ଦାଙ୍କ ଭୋଟ ରେ ନିର୍ବାଚିତ ପ୍ରତିନିଧି ଙ୍କ ବହିଷ୍କାର ଦାବିରେ ଘେରିଥିଲେ ଉତ୍ୟକ୍ତ ଜନତା । ଦୁଇ ବର୍ଷ ମଧ୍ୟରେ ପଚାଂୟତରେ ଘାସ ଚାଛିଂବା ପାଇଁ ବିଲ କରାଯାଇଛି ୧ଲକ୍ଷ ୧୧ ହଜାର , ପାଚଂକେନ୍ଦୁ ମହାଦେବ ପୋଖରୀ ରେ କାମ ନହୋଇ ୨ଲକ୍ଷ , ବେଗା ଉଚ୍ଚବିଦ୍ୟାଳୟରେ କୈଣସି କାମ କରାନଯାଇ ୧ଲକ୍ଷ ୫୦ହଜାର ବିଲ କରଡାବଣୀରେ ଆଦୈ ଡ୍ରେନ ନାହଁ କିନ୍ତୁ ସଫା କରିବାରେ ଖର୍ଚ୍ଚ ହୋଇଛି ୧୦ ହଜାର ,ବିନାଛପରେ ଭଙ୍ଗା କୁଡିଆରେ ଲୋକଙ୍କ ଜୀବନକଟୁଥିବା ବେଳେ ସମିତିସଭ୍ୟା ନିଜ ଜାଆଙ୍କ ନାମରେ ବିଜୁ ପକ୍କାଘର ଓ ଶୁଶୁର ଙ୍କ ନାମରେ ଗୁହାଳ କରିବା , ବିଜୁ ବାହିନୀ ରେ ସରପଚଂଙ୍କ ସ୍ୱାମୀ କିଛି କାର୍ଯ୍ୟ ନକରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା , ନଲକୁପ ଖୋଳାରେ ଦୁର୍ନୀତି , ଖରାଦିନେ ପିଇବାପାଣି ବଣ୍ଟନ ରେ ଲକ୍ଷାଧିକ ମିଥ୍ୟା ବିଲ କରାଯାଉଛି ପୂର୍ବରୁ ହୋଇଥିବା ଚୁହା ଚହଲାରେ ଲକ୍ଷାଧିକ ବିଲ , ନେହେଙ୍ଗରା ଚାଲିଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆଦିବାସୀଙ୍କୁ ଭୁଲାଇ ଲକ୍ଷାଧିକ ମିଥ୍ୟା ବିଲ ସମେତ ୧୬ ଦଫା ଦାବିରେ ବେଗା ଗ୍ରାମ ତିନି ଛକିଆ ଠାରୁ ଏକ ର୍ୟାଲି ବାହାରି ସରପଚଂ ବିରୋଧି ସ୍ଲୋଗାନ ପ୍ରଦାନ କରିଥିଲେ । ଏ ନେଇ ପଚାଂୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ସରପଚଂ ତଥା ନିହଲପ୍ରସାଦ ମଣ୍ଡଳ ବିଜେପି ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱ କରିଥିଲେ । ବେଗା ଗ୍ରାମ ପଚାଂୟତ ଉନ୍ନୟନ କମିଟି ସଭାପତି ଜୟନ୍ତ କୁମାର ନାୟକ , ଉଚ୍ଚନ୍ୟାୟାଳୟ ଅଧିବକ୍ତା ରାହୁଲ ରାୟ ମହାଳିକ , ସୂଚନାଅଧିକାର କର୍ମୀ ମନୋଜ ନାୟକ ଅଂଜନ ପାଢୀ , ବେଲ ବୁଡିଉଲି , ହିରା ବବଙ୍ଗା , ନିହଲପ୍ରସାଦ ବିଜେପି ମହିଳା ମୋର୍ଚ୍ଚା ଗୀତାଜ୍ଞଳୀ ସ୍ୱାସଈଁ , ପରେଶ ନାୟକ ,ବଳରାମ କବି ,ଦୀନବନ୍ଧୁ ପଧାନ , ପୂର୍ଣ୍ଣଚନ୍ଦ୍ର ଲେଙ୍କା , ମଧୁ ବୁଡିଉଲି , ବିରେନ୍ଦ୍ର ବାଙ୍ଗରା, ନରେନ୍ଦ୍ର ସୁଣ୍ଡି , ଘନଶ୍ୟାମ ମହାଳିକ , ସୁଧାକର ସାହୁ ଙ୍କ ନେତୃତ୍ୱ ନେଇଥିଲେ ।ନିହଲପ୍ରସାଦ ଥାନାଧିକାରୀ ରତ୍ମାକର ମଲ୍ଲିକ , ସଦର ଏସ.ଡେି.ପିଓ ଶ୍ରୀହର୍ଷ ମିଶ୍ର ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଗଁଦିଆ ବ୍ଲକ ଅତିରିକ୍ତ ତହସିଲଦାର ସନ୍ତୋଷ ମିଶ୍ର , ବିଡିଓ କିଶୋର କୁମାର ସାହୁ ପ୍ରମୁଖ ପହଁଚି ଲୋକଙ୍କୁ ବୁଝାଶୁଝା କରିଥିଲେ । ଜିଲାପାଳଙ୍କ ବାତର୍୍ା ଲୋକଙ୍କ ନିକଟରେ ପହଁଚାଇଥିଲେ ।