କାଳିଆ ଯୋଜନାରେ ସାମିଲ ହେବେ ଦୁଗ୍ଧ ଓ ଟସରଚାଷୀ

କାଳିଆ ଯୋଜନାରେ ସାମିଲ ହେବେ ଦୁଗ୍ଧ ଓ ଟସରଚାଷୀ

କାଳିଆ ଯୋଜନାରେ  ସାମିଲ ହେବେ ଦୁଗ୍ଧ ଓ ଟସରଚାଷୀ
ଭୁବନେଶ୍ୱର, ଏଣିକି କାଳିଆ ଯୋଜନାରେ ସାମିଲ ହେବେ ଦୁଗ୍ଧ ଓ ଟସରଚାଷୀ । ସେହି ଚାଷୀମାନେ ଯୋଜନାର ଭୂମିହୀନ କୃଷି ଶ୍ରମିକ ପରିବାରଙ୍କ ଉଦ୍ଧିଷ୍ଟ ଜୀବିକା ନିର୍ବାହ ପାଇଁ ସହାୟତା ପାଇ ପାରିବେ । ଏ ନେଇ କୃଷୀ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ଭୂମିହୀନ କୃଷକ ପରିବାରଙ୍କୁ ଦୁଗ୍ଧ ନିମନ୍ତେ ୧୨,୫୦୦ ଟଙ୍କାର ସହାୟତା ମିଳିବ । ସେହିପରି ଟସରଚାଷୀଙ୍କୁ ୧୨,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଉଲ୍ଲେଖଯୋଗ୍ୟ, ଏହି ଯୋଜନାରେ ଭୂମିହୀନ କୃଷି ପରିବାରର ଜୀବିକା ନିର୍ବାହ ନିର୍ବାହ ନିମନ୍ତେ ବତକ ପାଳନ, କୁକୁଡା ପାଳନ, ମହୁଚାଷୀ, ମତ୍ସଜୀବୀଙ୍କୁ ମାଛଧରା ସରଞ୍ଜାମ ଆଦି ପାଇଁ ୧୨,୫୦୦ ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ।