ହୋଲି ପାଇଁ ସାଜସଜ୍ଜା

ହୋଲି ପାଇଁ ସାଜସଜ୍ଜା

ହୋଲି ପାଇଁ ସାଜସଜ୍ଜା
ଦିନ କେଇଟା ପରେ ହୋଲି। ହୋଲି କେବଳ ରଙ୍ଗ ପର୍ବ ନୁହେଁ, ଏହାକୁ ପ୍ରେମର ପର୍ବ ବୋଲି ମଧ୍ୟ କୁହାଯାଏ । ଏହି ଦିନରେ ସବୁ ରାଗ ରୁଷା ଭୁଲି , ରଙ୍ଗ ଖେଳି ଏକ ସମ୍ପର୍କରେ ଆରମ୍ଭ କରାଯାଏ । ଏହି ଦିନ ରଙ୍ଗ ଖେଳିବା ସହ ଘରେ ବିଭିନ୍ନ ପ୍ରକାର ପିଠାପଣା ଓ ସରବତ ଆସର ଜମିଥାଏ । ବିହାର ,ଉତର ପ୍ରଦେଶ ଆଦି ସ୍ଥାନରେ ଭାଙ୍ଗ ମିଶା ସରବତ ପିଇ ରଙ୍ଗ ଖେଳର ମଜା ଉଠାଇଥାଏ । ରଙ୍ଗର ଏହି ପର୍ବକୁ ପାଳନ କରିବା ଲାଗି ଏବେଠୁ ସଜେଇ ହେଲାଣି ବିଭିନ୍ନ ଦୋକାନବଜାର। ବିଭିନ୍ନ ରଙ୍ଗ ସାଙ୍ଗକୁ ପିଚକାରୀ, ସାଜସଜ୍ଜା ଜିନିଷ ଆଦି କିଣିବା ଲାଗି ଲୋକଙ୍କ ଭିଡ ବି ଦେଖିବାକୁ ମିଳୁଛି। ତେବେ ରଙ୍ଗର ଏହି ପର୍ବ ଭାଙ୍ଗ ଓ ଗୀତ ବିନା ଅଧା ଲାଗେ।