କେୟାର ହସ୍ପିଟାଲରେ ଯାଞ୍ଚ
କେୟାର ହସ୍ପିଟାଲରେ ଯାଞ୍ଚ
admin
Nov 27, 2019 - 09:15
Updated: Nov 27, 2019 - 09:15
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲରେ ଡ୍ରଗ୍ସ ଅଧିକାରୀମାନେ ଯାଞ୍ଚ କରୁଥିବା ଜଣାଯାଇଛି । ଡ୍ରଗ୍ସ ଅଧିକାରୀମାନେ ମେଡିସନ ଷ୍ଟକ ଓ ରୋଗୀଙ୍କ ବିଲ ଯାଞ୍ଚ କରୁଥିବା ଜଣାଯାଇଛି । ଆଜି କେୟାର ହସ୍ପିଟାଲ ପ୍ରସଙ୍ଗ ବିଧାନସଭାରେ ଉଠିଥିଲା ।
ପ୍ରକାଶ ଯେ, କେୟାର ହସ୍ପିଟାଲର ମାଲିକ ଜଣେ ପାକିସ୍ତାନୀ । ତାଙ୍କ ନାମରେ ଅପରାଧିକ ମାମଲା ରହିଛି । ଏପର୍ଯ୍ୟନ୍ତ କେୟାର ହସ୍ପିଟାଲକୁ ଏନଓସି ମିଳିନାହିଁ । ତେବେ କିପିରି ଏହାକୁ ଜଣେ ପାକିସ୍ତାନୀଙ୍କୁ ବିକ୍ରି ହେଲା ସେ ନେଇ ଶୂନ୍ୟକାଳରେ ବିରୋଧୀ ପ୍ରଶ୍ନ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରଶ୍ନ କରିଥିଲେ । ସେ କହଥିଲେ ଯେ, କେୟାର ହସ୍ପିଟାଲ ଏବେ ଦଲାଲଙ୍କ କବଜାରେ ରହିଛି । ଅପରାଧୀଙ୍କୁ ଏହା କିପରି ବିକ୍ରି ହେଲା ତାହାର ଉତ୍ତର ରଖିବାକୁ ଶ୍ରୀ ନାୟକ ଦାବି କରିଥିଲେ ।
ତାଙ୍କ ସହ ସ୍ୱର ମିଳାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଥିଲେ ଯେ, ହସ୍ପିଟାଲର ମାଲିକ ଜଣେ କିଡନୀ ଚୋର । ଏବେ ସେ ଜେଲରେ ଅଛନ୍ତି । ହସ୍ପିଟାଲ ପାଇଁ ସରକାର ୨୦ ଏକର ଜମି ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଅନୁସନ୍ଧାନ କରି ଗୃହରେ ଉତ୍ତର ରଖିବାକୁ ଶ୍ରୀ ବାହିନୀପତି ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।