କ୍ୱାରେଣ୍ଟାଇନରେ ରହିବେ ବିଦେଶ ଫେରନ୍ତା

କ୍ୱାରେଣ୍ଟାଇନରେ ରହିବେ ବିଦେଶ ଫେରନ୍ତା

କ୍ୱାରେଣ୍ଟାଇନରେ ରହିବେ ବିଦେଶ ଫେରନ୍ତା
ବାହାରୁ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖାଯିବ। ଏଥିରେ ସାମାନ୍ୟ ଢ଼ିଲାପଣ କରୋନା ସଂକ୍ରମଣକୁ ବଢ଼ାଇବ । ବିଦେଶରୁ ବହୁ ବ୍ୟକ୍ତି ଆସିଛନ୍ତି, ମାତ୍ର ସେମାନଙ୍କୁ ପ୍ରଶାସନ ପକ୍ଷରୁ ଏଯାଏ ଚିହ୍ନଟ କରାଯାଇନି । ଜିଲ୍ଲାପାଳମାନେ ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ବ୍ୟକ୍ତିଗତ ଭାବେ ଚିହ୍ନଟ ପାଇଁ ହସ୍ତକ୍ଷେପ କରିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟକୁ ବିଦେଶ ସହ ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ଗତ ଦୁଇ ସପ୍ତାହ ମଧ୍ୟରେ ଆସିଛନ୍ତି । ବାହାରୁ ଆସିଥିବା ବ୍ୟକ୍ତିମାନଙ୍କ ପ୍ରତି ପଞ୍ଚାୟତର କ୍ୱାରେଣ୍ଟାଇନରେ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏ ଅସ୍ଥାୟୀ ଶିବିରର ଭିତ୍ତିଭୂମି ପ୍ରସ୍ତୁତି ସହ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଓ ବ୍ଲକକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମାତ୍ର ରାଜ୍ୟର ପ୍ରାୟ ୮୫ ପ୍ରତିଶତ୨ ପଞ୍ଚାୟତରେ ଏ କ୍ୱାରେଣ୍ଟାଇନ ହୋଇଛି ସତ ମାତ୍ର ବାହାରୁ ଆସୁଥିବା ଲୋକମାନେ ପରିବାର ସହ ଘରେ ବୁଲୁଛନ୍ତି । ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପୁଲିସ ଏହାକୁ ଗମ୍ଭୀରତାର ସହ ନେଉନଥିବାରୁ ସରକାର ଏବେ ଚିନ୍ତାରେ । ବିଦେଶର କରୋନା ସଂକ୍ରମିତ ଦେଶ ଏବଂ କରୋନା ସଂକ୍ରମିତ ରାଜ୍ୟରୁ ବହୁ ବ୍ୟକ୍ତି ଆସି କ୍ୱାରେଣ୍ଟାଇନରେ ନ ରହିବା ସରକାରଙ୍କ ମୁଣ୍ଡ ବ୍ୟଥା ବଢ଼ାଇଛି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଜିଲ୍ଲାପାଳଙ୍କୁ ଚିିଠି ଲେଖିଛନ୍ତି । କରୋନା ଏବେ ସମଗ୍ର ବିଶ୍ୱରେ ଆତଙ୍କ ରଚିଥିବା ବେଳେ ୨୮୫୬ ଜଣ ବିଦେଶରୁ ଗତ ୧୪ ଦିନ ମଧ୍ୟରେ ଆସିଛନ୍ତି । ମାତ୍ର ଏମାନଙ୍କୁ ଏ ଯାଏ ଚିହ୍ନଟ କରାଯାଇନି । ଜିଲ୍ଲାସ୍ତରରେ ଥିବା ସର୍ଭେଲାନସ ଟିମ ଏହି ବିଦେଶ ଫେରନ୍ତାକୁ ଚିହ୍ନଟ କରିନଥିବାରୁ ଯଦି ଏମାନଙ୍କ ମଧ୍ୟରୁ କାହାକୁ କରୋନା ହୋଇଥିବ ତେବେ ଏହି ରୋଗ ବ୍ୟାପକ ଭାବେ ସଂକ୍ରମିତ ହେବ । ତେଣୁ ଏହି ବିଦେଶ ଫେରନ୍ତାକୁ ଚିହ୍ନଟକ ରି ହୋମ କ୍ୱାରେଣ୍ଟାଇନରେ ରଖିବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ମାନେ ପଦକ୍ଷେପ ଗ୍ରହଣ କରନ୍ତୁ ।