ଖୁଚୁରା ନଥିଲେ ଜରିମାନା ୫୦୦!

ଖୁଚୁରା ନଥିଲେ ଜରିମାନା ୫୦୦!

ଖୁଚୁରା ନଥିଲେ ଜରିମାନା ୫୦୦!

ଭୁବନେଶ୍ୱର : ମୋ ବସରେ ଚାଲିଛି କଣ୍ଡକ୍ଟରଙ୍କ ଦାଦାଗିରି । ଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ବସ୍‌ ଭଡା ଦେବା ପାଇଁ ଖୁଚୁରା ନଥିଲେ  ଯାତ୍ରୀଙ୍କଠାରୁ ୫୦୦ଟଙ୍କା ଜରିମାନା ନେବା ପାଇଁ ଧମକ ଦେଉଛନ୍ତି । ଶନିବାର ଖଣ୍ଡଗିରି ଛକ ଦେଇ ଯାଉଥିବା ଏକ ମୋ ବସ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅପରାହ୍ଣରେ  ବରମୁଣ୍ଡା ଯିବା ପାଇଁ ଜଣେ ଯୁବ ସାମ୍ବାଦିକ  ଖଣ୍ଡଗିରିର ବସ୍‌ ଧରିଥିଲେ । କଣ୍ଡକ୍ଟର ଜଣକ ବସ୍‌ ଭଡା ବାବଦରେ ତାଙ୍କୁ ୫ଟଙ୍କା ମାଗିଥିଳେ । କିନ୍ତୁ ଖୁଚୁରା ନଥିବାରୁ ସେ ୨୦ଟଙ୍କା ବଢାଇଥିଲେ । ଏଇଠୁ କଣ୍ଡକ୍ଟରଙ୍କ ଦାଦାଗିରି ଆରମ୍ଭ ହୋଇ ଯାଇଥିଲା ।

୫ଟଙ୍କା ଖୁଚୁରା ନଦେଲେ ୫୦୦ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଅଡି ବସିଥିଲେ । ଜରିମାନା ନ ଦେଲେ ବରମୁଣ୍ଡା ନୁହେଁ ମାଷ୍ଟରକ୍ୟାଣ୍ଟିନ ଷ୍ଟପେଜରେ ଓହ୍ଲାଇଦେବି ବୋଲି ଧମକ ଦେଇଥିଲେ । ମୁଁ ତ ୨୦ଟଙ୍କା ଦେଇଛି, ଏହା ସତ୍ତେ୍ୱ ଫାଇନ କାହିଁକି ଦେବି ବୋଲି ସଂପୃକ୍ତ ସାମ୍ବାଦିକ ପ୍ରଶ୍ନ କରିଥିଲେ । ହେଲେ କଣ୍ଡକ୍ଟର ବାରମ୍ବାର ତାଙ୍କୁ ଗାଡିରୁ ଓହ୍ଲାଇଯିବାକୁ ବାଧ୍ୟ କରୁଥିଲେ । ବସ୍‌ରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ କଣ୍ଡକ୍ଟରଙ୍କ ଏଭଳି ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଜଣେ ମହିଳା ସାମ୍ବାଦିକଙ୍କ ୫ଟଙ୍କା ଖୁଚୁରା ଦେବା ପରେ କଣ୍ଡକ୍ଟର ଚୁପ୍‌ ହୋଇଥିଲେ ।