ଗୁଜରାଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ୫ ମୃତ

ଗୁଜରାଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ୫ ମୃତ

ଗୁଜରାଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ୫ ମୃତ
ଅହମ୍ମଦାବାଦ : ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ରାଜକୋଟରେ ରହିଥିବା କୋଭିଡ ହସ୍ପିଟାଲରେ ଏହି ଭୟାବହ ଦୁର୍ଘଟଣା ଘଟିଛି । ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନ୍ୟ ୩୦ ଜଣ ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଅଗ୍ନିକାଣ୍ଡର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ଏହା ପୂର୍ବରୁ ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲରେ ମଧ୍ୟ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା । ଗତକାଲି ରାତି ପ୍ରାୟ ୧ଟାରେ ରାଜକୋଟର ମାଭଡି ଇଲାକାରେ ରହିଥିବା ଉଦୟ ଶିବାନନ୍ଦ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ଅଧିକାରୀ ମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ଆଇସିୟୁ ମଧ୍ୟରେ ରହିଥିବା ୫ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ତେବେ ୩୦ ଜଣ ଆକ୍ରାନ୍ତଙ୍କୁ ଅଗ୍ନିଶମ ଅଧିକାରୀ ମାନେ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।