ପ୍ରଜ୍ଞାଙ୍କ ବିରୋଧରେ ହତ୍ୟା ମାମଲା ଉନ୍ମୋଚନ ହେବ
ପ୍ରଜ୍ଞାଙ୍କ ବିରୋଧରେ ହତ୍ୟା ମାମଲା ଉନ୍ମୋଚନ ହେବ
admin
May 22, 2019 - 06:04
Updated: May 22, 2019 - 06:04
ଭୋପାଳ: ବିଜେପି ନେତ୍ରୀ ତଥା ଭୋପାଳର ଲୋକସଭା ପ୍ରାର୍ଥୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ରହିଥିବା ୧୨ ବର୍ଷ ପୂର୍ବେ ଏକ ହତ୍ୟା ମାମଲାର ପୁନଃ ତଦନ୍ତ କରିବେ ମଧ୍ୟପ୍ରଦେଶ ସରକାର । ଏହି ମାମଲାର ପୁନଃ ଉନ୍ମାଚନ ସମ୍ପର୍କରେ କମଳନାଥ ସରକାର ଆଇନବିଶୋରଦଙ୍କ ସହିତ ବିଚାର ବିମର୍ଶ ଚଳାଇଛନ୍ତି । ଏସମ୍ପର୍କରେ ରାଜ୍ୟ ଆଇନମନ୍ତ୍ରୀ ପିସି ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ୨୦୦୭ ଡିସେମ୍ବର ୨୯ରେ ଦେୱାସ ଜିଲ୍ଲାର ଚୂର୍ଣ୍ଣ ଖାଦାନଠାରେ ଗୁରୁଜୀ ଭାବେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ( ଆରଏସଏସ) ପ୍ରଚାରକ ସୁନିଲ ଦୋଷୀଙ୍କୁ ଦୁଇ ଜଣ ମୋଟରସାଇକଲ ଚାଳକ ଗୁଳିକରି ହତ୍ୟା କରିଥିଲେ । ଏହି ମାମଲାରେ ପ୍ରଜ୍ଞାଙ୍କ ସମେତ ୮ ଜଣ ଅଭିଯୁକ୍ତ ଥିଲେ । ୨୦୧୭ରେ ଅଦାଲତ ସମସ୍ତଙ୍କୁ ଦୋଷମୁକ୍ତ କରିଥିଲେ । ଏହା ପ୍ରତିବାଦରେ ରାଜ୍ୟ ସରକାର ଉପରିସ୍ଥ ଅଦାଲତରେ ଆବେଦନ କରିବେ । ୨୦୧୭ରେ ତକôାଳୀନ ଜିଲ୍ଲାପାଳ ପ୍ରଜ୍ଞା ଓ ଅନ୍ୟମାନଙ୍କୁ ମୁକ୍ତ କରାଯିବା ସମ୍ପର୍କିତ ରାୟ ବିରୋଧରେ ଉପରିସ୍ଥ ଅଦାଲତକୁ ନ ଯିବା ପାଇଁ ନିଜେ ନିଷ୍ପତି ଗ୍ରହଣ କରିଥିଲେ ଏବଂ ଏ ସମ୍ପର୍କରେ ଆଇନ ବିଭାଗର ପରାମର୍ଶ ନେଇ ନ ଥିଲେ ଯାହାକି ବେଆଇନ ବୋଲି ମନ୍ତ୍ରୀ ଶର୍ମା ଦର୍ଶାଇଛନ୍ତି ।