ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ

ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ

ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ
ନୂଆଦିଲ୍ଲୀ: ମେ ୨୩ ସକାଳ ୮ରେ ଲୋକସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଓ ବୈଠକ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭୋଟ ଗଣନା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । କମିଶନଙ୍କ କହିବା ଅନୁଯାୟୀ ମେ ୨୩ ସକାଳ ୮ଟାରେ ଭୋଟ ଗଣନା କାର୍ଯ୍ୟ ଆରମ୍ଭ ହେବ । ଏଥର ଇଭିଏମ ଭୋଟ ସହିତ ପ୍ରତି ନିର୍ବାଚନ ମଣ୍ଡଳୀରେ ୫ଟି ଭିଭିପିଏଟି ମେସିନର ସ୍ଲିପ ମଧ୍ୟ ଗଣତି ହେବ । ଚଳିତ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭୋଟର ଫଳାଫଳ ପାଇଁ ଭୋଟର ହେଲ୍ପଲାଇନ ଆପ ମଧ୍ୟ ଲଂଚ କରାଯାଇଛି ।