ଗ୍ୟାସ ସମସ୍ୟା ଥିଲେ, ଏହି ଖାଦ୍ୟ ଠାରୁ ରୁହନ୍ତୁ ଦୂରେଇ

ଗ୍ୟାସ ସମସ୍ୟା ଥିଲେ, ଏହି ଖାଦ୍ୟ ଠାରୁ ରୁହନ୍ତୁ ଦୂରେଇ

ଗ୍ୟାସ ସମସ୍ୟା ଥିଲେ, ଏହି ଖାଦ୍ୟ ଠାରୁ ରୁହନ୍ତୁ ଦୂରେଇ
ଗ୍ୟାସ ସମସ୍ୟା ଏବେ ସାଧାରଣ କଥା ହୋଇଗଲାଣି । ସ୍କୁଲରେ ପାଠ ପଢ଼ୁଥିବା ପିଲାଙ୍କ ଠାରୁ ଆରମ୍ଭ କରି ପରିଣତ ବୟସରେ ପହଞ୍ଚôଥିବା ଲୋକଙ୍କ ଠାରେ ଗ୍ୟାସ ସମସ୍ୟା ଦେଖାଯାଉଛି । ଏହାର ମୁଖ୍ୟ କାରଣ ହେଉଛି ଆମର ବଦଳୁ ଥିବା ଜୀବନଶୈଳୀ । ଖାଦ୍ୟପେୟର ଅନିୟମିତତା । ତେବେ ଯେଉଁ ଲୋକଙ୍କ ଠାରେ ଗ୍ୟାସ ସମସ୍ୟା ରହିଛି ତାଙ୍କୁ ସାବଧାନ ରହିବ କଥା । ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇଲେ ଗ୍ୟାସ ସମସ୍ୟା ଅଧିକ ହୋଇଯାଏ ତେଣୁ ଗ୍ୟାସ ସମସ୍ୟା ଥିଲେ ସେହି ଖାଦ୍ୟ ନଖାଇବା ଉଚିତ । ଜାଣିବା ଗ୍ୟାସ ସମସ୍ୟା ଥିଲେ କେଉଁ ଖାଦ୍ୟ ଖାଇବେ ନାହିଁ । - ପଣସ ତରକାରୀ ବହୁତ ସ୍ୱାଦିଷ୍ଟ ହୋଇଥାଏ । ପଣସରେ ପୋଷଣ ଭରପୁର ମାତ୍ରାରେ ମିଳିଥାଏ । ଯେଉଁ ଲୋକଙ୍କୁ ଗ୍ୟାସ ସମସ୍ୟା ରହିଛି ସେମାନେ ଏହି ତରକାରୀ ନଖାଇବା ଉଚିତ । କାରଣ ପଣସ ଖାଇଲେ ଶରୀରେ ଗ୍ୟାସ ବଢ଼ିବାର ସମସ୍ୟା ରହିଥାଏ । - ମୂଳା ସାଧାରଣତଃ ଶୀତ ଦିନରେ ମିଳେ । କିନ୍ତୁ ଆଜି କାଲି ସବୁ ପରିବା ସବୁ ସମୟରେ ଉପଲବ୍ଧ ହେଉଛି । ତେବେ ଯଦି ଆପଣଙ୍କର ଗ୍ୟାସ ସମସ୍ୟା ଅଛି ତେବେ ମୂଳା ଖାଇବାରୁ ବଞ୍ଚôବା ଉଚିତ । ମୂଳା ପେଟରେ ଗ୍ୟାସ ସମସ୍ୟାକୁ ବଢ଼ାଇ ଦେଇଥାଏ । ଯଦି ଶୀତ ଦିନରେ ଆପଣ ମୂଳା ଖାଉଛନ୍ତି ତେବେ ଖାଇବା ପରେ ୨ ଚିମୁଟି ଜୁଆଣି ପାଣି ସହିତ ଖାଆନ୍ତୁ । ନହେଲେ ପୁଦିନାର ୪ରୁ୫ଟି ପତ୍ର ଗୋଲମରିଚ ସହିତ ସେବନ କରନ୍ତୁ । ଏପରି କଲେ ଗ୍ୟାସରୁ ଆପଣଙ୍କୁ ମୁକ୍ତି ମିଳିବ । - ଚଣା ତରକାରୀ ପ୍ରାୟ ଲୋକଙ୍କ ପସନ୍ଦ । ହେଲେ ଚଣା ତରକାରୀ ଖାଇଲେ ଗ୍ୟାସ ସମସ୍ୟା ଦେଖାଯାଏ । ଖାସ୍ କରି ସେମାନଙ୍କ ଠାରେ ଯେଉଁମାନଙ୍କ ପାଚନ ପ୍ରକ୍ରିୟା ଧିମା ରହିଥାଏ । ଯାହାଙ୍କୁ କବ୍ଜ ସମସ୍ୟା ଥାଏ । ସେମାନେ ଚଣା ତରକାରୀ ନଖାଇବା ଉଚିତ । - ରାଜମା ଚାଉଳ ଏପରି ଖାଦ୍ୟ ଯାହାକୁ ପୁରା ଦେଶର ଲୋକ ପସନ୍ଦ କରିଥାନ୍ତି । କିନ୍ତୁ ଯେଉଁ ଲୋକଙ୍କୁ ଗ୍ୟାସ ସମସ୍ୟା ରହିଛି ସେମାନେ ଏହାକୁ ନଖାଇବା ଉଚିତ । କାରଣ ରାଜମା ଶରୀରରେ ବାୟୁ ବଢ଼ାଇବାର କାମ