କିରଣ ବେଦୀଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟାଯାଇଛି

କିରଣ ବେଦୀଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟାଯାଇଛି

କିରଣ ବେଦୀଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟାଯାଇଛି
ନୂଆଦିଲ୍ଲୀ: କିରଣ ବେଦୀଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟାଯାଇଛି । ପୁଡୁଚେରୀର କଂଗ୍ରେସ ସରକାର ସହିତ କିରଣଙ୍କ ବିବାଦକୁ ନେଇତାଙ୍କୁ ଏହି ପଦରୁ ହଟାଯାଇଛି । ପୁଡୁଚେରୀ ବିଧାନସଭାରୁ କଂଗ୍ରେସ ବିଧାୟକ ଜନ୍‌କୁମାର ଇସ୍ତଫା ଦେବାର କିଛି ଘଣ୍ଟା ପରେ କିରଣଙ୍କୁ ତାଙ୍କ ପଦରୁ ହଟାଯାଇଛି । ଜନ୍‌ କୁମାରଙ୍କ ଇସ୍ତଫା ପରେ ପୁଡୁଚେରୀର କଂଗ୍ରେସ ସରକାର ସଂକଟରେ ପଡ଼ିଛନ୍ତି । ରାଷ୍ଟ୍ରପତି ଭବନ ସୂଚନା ଅନୁଯାୟୀ ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସୁନ୍ଦରରାଜନ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପରବର୍ତ୍ତି ନିର୍ଦେଶ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହେବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କିରଣଙ୍କ ସହିତ ବିବାଦକୁ ନେଇ ତାଙ୍କୁ ଉପରାଜ୍ୟପାଳ ପଦରୁ ହଟାଇବା ଲାଗି ଫେବୃଆରୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ପୂର୍ବତନ ଆଇପିଏସ୍‌ ଅଫିସର କିରଣ ‘ତୋଗଲକ ଦରବାର’ ଚଳାଇଥିବା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ। ୨୦୧୬ ମେ’ ୨୯ରେ କିରଣ ବେଦୀଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା ।