ଚଳିତ ରାଜ୍ୟସଭା ନିର୍ବାଚନୀ ରେସରୁ ଦୂରେଇଲା ବିଜେପି ।
ଚଳିତ ରାଜ୍ୟସଭା ନିର୍ବାଚନୀ ରେସରୁ ଦୂରେଇଲା ବିଜେପି ।
admin
Mar 11, 2020 - 11:13
Updated: Mar 11, 2020 - 11:13
ଚଳିତ ରାଜ୍ୟସଭା ନିର୍ବାଚନୀ ରେସରୁ ଦୂରେଇଲା ବିଜେପି । ଚଳିତ ଥର ପ୍ରାର୍ଥୀ ଦେବନାହିଁ ବିଜେପି । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଥିବା କହିଛନ୍ତି ପ୍ରଦୀପ୍ତ । ଏପରିକି କଂଗ୍ରେସ, ସିପିଆଇ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇଲେ ମଧ୍ୟ ନିର୍ବାଚନ ଜିତିବାକୁ ଆବଶ୍ୟକୀୟ ସଂଖ୍ୟା ହେଉନାହିଁ ତେଣୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ନ ଦେବାକୁ ସଂସଦୀୟ ଦଳ ବୈଠକରେ ନିଷ୍ପତି ନିଆଯାଇଥିବା କହିଛନ୍ତି ପ୍ରଦୀପ୍ତ ।
ତେବେ ଅନ୍ୟପଟେ ଆଜି ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ୪ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯେହେତୁ ଅନ୍ୟ କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇନାହିଁ ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ଏହି ୪ ଆସନ ଆସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହାସହ ଅଶ୍ୱିନୀ ବୈଷ୍ଣବ ଫର୍ମୁଲାକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ତେବେ ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ।