ଚାଷୀ ଆନେ୍ଦାଳନ ନାମରେ ନାଟକ କରୁଛନ୍ତି ଅମରିନ୍ଦର : ସୁଖବୀର ବାଦଲ

ଚାଷୀ ଆନେ୍ଦାଳନ ନାମରେ ନାଟକ କରୁଛନ୍ତି ଅମରିନ୍ଦର : ସୁଖବୀର ବାଦଲ

ଚାଷୀ ଆନେ୍ଦାଳନ ନାମରେ ନାଟକ କରୁଛନ୍ତି ଅମରିନ୍ଦର : ସୁଖବୀର ବାଦଲ
ଚଣ୍ଡୀଗଡ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ସମାଲୋଚନା କରିଛନ୍ତି ଶିରୋମଣୀ ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ । ଅମରିନ୍ଦର ଚାଷୀ ଆନେ୍ଦାଳନ ନାମରେ ନାଟକବାଜି କରୁଛନ୍ତି ବୋଲି ବାଦଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନୂତନ କୃଷି ବିଲକୁ ନେଇ ମତଭେଦ ଦେଖାଦେବା ପରେ ଏନଡିଏରୁ ଓହରି ଯାଇଥିଲା ଅକାଳୀ ଦଳ । ଏପରିକି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନେ୍ଦାଳନ ଜାରି ରହିଥିବା ବେଳେ ଏହାକୁ ହିଂସକ ରୂପ ଦେବା ପାଇଁ ଅମରିନ୍ଦର ପ୍ରୟାସ କରୁଛନ୍ତି ବୋଲି ବାଦଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଖଟକର କାଲାନ ଠାରେ ଧାରଣାରେ ବସିଥିଲେ । ଅନ୍ୟ ରାଜନୈତିକ ଦଳ ମାନଙ୍କ ପରି ଆମେ ଚାଷୀଙ୍କ ବିରୋଧରେ ଯିବୁ ନାହିଁ । ଚାଷୀଙ୍କ ହକ ପାଇଁ ଅକାଳୀ ଦଳ ଏହାର ଲଢେଇ ଜାରି ରଖିବ ବୋଲି ସୁଖବୀର ବାଦଲ କହିଛନ୍ତି ।