ଚୀନ୍ ବିଶ୍ବର ସବୁଠୁ ଧନୀ ଦେଶ
ଚୀନ୍ ବିଶ୍ବର ସବୁଠୁ ଧନୀ ଦେଶ
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଚୀନ ବିଶ୍ୱର ସବୁଠୁ ଧନୀ ଦେଶ ହୋଇଛି । ଗତ ଦୁଇ ଦଶନ୍ଧି ଧରି ବିଶ୍ୱର ସର୍ବଶ୍ରେଷ୍ଠ ଆର୍ଥିକ ଶକ୍ତି ହେବା ପାଇଁ ଉଦ୍ୟମ ଚଳାଇଥିବା ଚୀନ ଏବେ ଏଥିରେ ସଫଳ ହୋଇଥିବା ଅର୍ଥନୈତିକ ଗବେଷଣା ସଂସ୍ଥା ମ୍ୟାକନିସି ଆଣ୍ଡ କୋଃ ଦର୍ଶାଇଛନ୍ତି ।
ଚୀନର ଅର୍ଥନୀତି ୨୦୦୦ରେ ୧୫୬ ଟି୍ରଲିୟନ ଡଲାର ଥିବା ବେଳେ ୨୦୨୦ରେ ଏହା ୫୧୪ ଟି୍ରଲିୟନ ଡଲାରରେ ପହଞ୍ଚିଛି । ଏହା ୧୧୩ ଟି୍ରଲିୟନ ଡଲାର ବୃଦ୍ଧି ଘଟାଇଛି । ବିଶ୍ୱର ଧନୀ ରାଷ୍ଟ୍ରମାନଙ୍କ ଅଭିବୃଦ୍ଧିର ଏହା ଏକ ତୃତୀୟାଂଶ ହାସଲ କରିଛି । ଅପରପକ୍ଷରେ ଆମେରିକା ସମ୍ପତ୍ତି ମାତ୍ର ୯୦ ଟି୍ରଲିୟନ ଡଲାର ବୃଦ୍ଧି ଘଟିଛି । ଶ୍ରେଷ୍ଠ ୧୦ ଧନୀ ରାଷ୍ଟ୍ରଙ୍କ ନିକଟରେ ବିଶ୍ୱର ମୋଟ ଆୟର ୬୦ ପ୍ରତିଶତ ରହିଛି । ତାଲିକାର ତୃତୀୟ ସ୍ଥାନରେ ରହିଛି ଜାପାନ । ଜର୍ମାନୀ ଓ ଇଂଲଣ୍ଡ ପଛକୁ ଭାରତ ଷଷ୍ଠରେ ରହିଛି ।




admin 