ଜବତ ହେଲା ଅଢେଇ କୋଟିର ଗଞ୍ଜେଇ
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପୁଲିସ ଚୋରା ଚାଲାଣ ପାଇଁ ଜଙ୍ଗଲରେ ଗଚ୍ଛିତ ରଖାଯାଇଥିବା ୨କୋଟି ୫୦ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରିଛି।
ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଞ୍ଚାୟତର ଭାଲୁଗୁଡ଼ା ଜଙ୍ଗଲରେ ବ୍ୟାପକ ପରିମାଣର ଗଞ୍ଜେଇ ଚୋରାଚାଲାଣ ପାଇଁ ରଖାଯାଇଥିବା ନେଇ ଚିତ୍ରକୋଣ୍ଡା ପୁଲିସ ଖବର ପାଇଥିଲା। ପରେ ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରିଥିଲେ। ତେବେ, ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଚାଲାଣକାରୀମାନ ଚମ୍ପଟ ମାରିଥିଲେ। ପରେ ପୁଲିସ ୨୫୦୦ କିଲୋ ଓଜନର ଗଞ୍ଜେଇ ଜବତ କରିଥିଲା, ଏହାର ଆନୁମାନିକ ମୂଲ୍ୟ ୨କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।




admin 