ଜଷ୍ଟ ୱେଟ ଆଣ୍ଡ ୱାଚ:ପ୍ରଦୀପ

ଜଷ୍ଟ ୱେଟ ଆଣ୍ଡ ୱାଚ:ପ୍ରଦୀପ

ଜଷ୍ଟ  ୱେଟ ଆଣ୍ଡ ୱାଚ:ପ୍ରଦୀପ
ଭୁବନେଶ୍ୱର: ଜଷ୍ଟ ୱେଟ ଆଣ୍ଡ ୱାଚ । ଗୁରୁବାର ଏଭଳି କହିଛନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଆଜି ଶ୍ରୀ ପାଣିଗ୍ରାହୀଙ୍କ ରିମାଣ୍ଡ ସରୁଛି । କୋର୍ଟରେ ହାଜର ପୂର୍ବରୁୁ ଶ୍ରୀ ପାଣିଗ୍ରାହୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । କ୍ୟାପିଟାଲ ହସ୍ପିଟାଲ ନେବାବେଳେ ଗଣମାଧ୍ୟମକୁ ପ୍ରଦୀପ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଷ୍ଟ ୱେଟ ଆଣ୍ଡ ୱାଚ । ପ୍ରକାଶ ଯେ, ସୂଚନାଯୋଗ୍ୟଯେ, ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ କୋଟିକୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ମାମଲା ରୁଜୁ କରାଯିବା ସହ ଉଭୟଙ୍କୁ ବାରବାର ଜେରା କରାଯାଇଛି । ଏବେ ବାପ ପୁଅ ଜେଲରେ ଅଛନ୍ତି । ଅପରପକ୍ଷରେ ଅଭୟଙ୍କ ଭାବି ସମୁଦୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି । ଏପରିକି ଟାଟାରେ ଚାକିରୀ କରାଇବା ନାମରେ ଆକାଶ ଠକେଇ କରିଥିବାବେଳେ ଏଥିରେ ପ୍ରଦୀପଙ୍କ ସଂପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ଏନେଇ ପ୍ରଦୀପଙ୍କୁ ଜେରା କରାଯାଇଛି । ଅଭୟ ଓ ଆକାଶଙ୍କୁ ମଧ୍ୟ ମୁହାଁମୁହିଁ ଜେରା କରାଯାଇଛି । ଅପରପକ୍ଷରେ ଜନ ବିରୋଧି କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି ।