ଜାଣନ୍ତୁ, ସାରୁ ଖାଇବାର ଫାଇଦା
ଜାଣନ୍ତୁ, ସାରୁ ଖାଇବାର ଫାଇଦା
ଭୁବନେଶ୍ୱର: ସାରୁ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହି ପାରିବେ । ସାରୁରେ ଫାଇବର ଏବଂ ରେସିଷ୍ଟାନ୍ସ ଷ୍ଟାର୍ଚର ମାତ୍ରା ଭରପୂର ରହିଥାଏ । ଯାହାକି ବ୍ଲଡ୍ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ବହୁତ ଲାଭଦାୟକ ହୋଇଥାଏ । ହଜମ ପ୍ରକ୍ରିୟା ଏବଂ ହାର୍ଟକୁ ସୁସ୍ଥ ରଖିବାରେ ମଧ୍ୟ ସାରୁର ସେବନ ଫାଇଦାଯୁକ୍ତ ହୋଇପାରେ ।
ସାରୁ ଭାରତରେ ଲୋକଙ୍କର ଫୁଡ ହାବିଟ୍ସ ଅନହେଲଦି ହେବା କାରଣରୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖାଯାଉଛି । କିନ୍ତୁ ଆଜି ଆମେ ଏମିତି ଏକ ପରିବା ସମ୍ପର୍କରେ କହିବୁ ଯାହାକୁ ଖାଇବା ଦ୍ୱାରା ଆପଣ ବିଶେଷ ଭାବେ ହାର୍ଟଆଟାକ ସମସ୍ୟାକୁ ଦୂର କରପିପାରିବେ । ଏହାସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଆଉ ହେବ ନାହିଁ ।
କ’ଣ ଏହି ପରିବା ସମ୍ପର୍କରେ ଆପଣ ଜାଣିଛନ୍ତି କି? ଆମେ କହୁୁଛୁ ଆମ ଓଡିଆ ଘରେ ବ୍ୟବହାର ହେଉଥିବା ସାରୁ । ଯାହା କୁ ଡାଲମାରେ ଖାଇବାକୁ ପ୍ରାୟ ପସନ୍ଦ କରିଥାନ୍ତି ।
-ସାରୁରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ ସି ଏବଂ ଇ ରହିଥାଏ । ଏହାକୁ ଡାଏଟରେ ସାମିଲ କରିବା ଦ୍ୱାରା ହାର୍ଟ ଏବଂ କ୍ୟାନ୍ସର ଭଳି ଗମ୍ଭୀର ରୋଗ ଆଶଙ୍କାକୁ କମ୍ କରାଯାଇ ପାରିବ ।
-ସାରୁରେ ଷ୍ଟାର୍ଚ ଭରପୂର ମାତ୍ରାରେ ଥିବା ସହିତ ଦୁଇ ପ୍ରକାରର କାର୍ବୋହାଇଡ୍ରେଟ ମଧ୍ୟ ରହିଥାଏ, ଯାହା ବ୍ଲଡ୍ ସୁଗାରକୁ କଣ୍ଟୋଲରେ ରଖିଥାଏ ।
-ଓଜନ କମ୍ କରିବାରେ ସହାୟକ ହୋଇଥାଏ ସାରୁ । ଏହାକୁ ଖାଇବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥିବାର ଅନୁଭବ ହୋଇଥାଏ । ଏଥିରେ କ୍ୟାଲୋରୀ ମାତ୍ରା ବହୁତ କମ୍ ଥାଏ । ତେଣୁ ଓଜନ କମ୍ କରିବାକୁ ଚାହୁଁଛନ୍ତି ଯଦି ଡାଏଟ୍ ରେ ସାରୁକୁ ସାମିଲ କରନ୍ତୁ ।
-ଏଥିରେ ଭରପୂର ମାତ୍ରାରେ ଫାଇବର ଥିବାରୁ ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଏହାକୁ ଖାଇଲେ ଗ୍ୟାସ୍, କୋଷ୍ଠକାଠିନ୍ୟ ଏବଂ ବଦହଜମୀ ଦୂର ହୋଇଥାଏ ।
-ସାରୁରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ସହିତ ଭିଟାମିନ୍ ଏ ଏବଂ ସି ଭଳି ତତ୍ତ୍ୱ ରହିଛି, ଯାହା ଆଖିର ଦୃଷ୍ଟିଶକ୍ତିକୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ ।
-ପୋଷକ ତତ୍ତ୍ୱରେ ଭରପୂର ସାରୁ ସେବନ କରିବା ଦ୍ୱାରା ଇମୁ୍ୟନିଟି ବଞ୍ଚିଥାଏ । ଏଥିରେ ଥିବା ଭିଟାମିନ୍ ସି ଏକ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରିଥାଏ, ଯଦ୍ଧ୍ୱାରା ଇମୁ୍ୟନିଟି ବଞ୍ଚିବାରେ ସାହାଯ୍ୟ ମିଳିଥାଏ ।