ଡିଜେଲ୍ ମୂଲ୍ୟରେ ୮ ଟଙ୍କା ହ୍ରାସ କଲା ଏହି ରାଜ୍ୟ

ଡିଜେଲ୍ ମୂଲ୍ୟରେ ୮ ଟଙ୍କା ହ୍ରାସ କଲା ଏହି ରାଜ୍ୟ

ଡିଜେଲ୍ ମୂଲ୍ୟରେ ୮ ଟଙ୍କା ହ୍ରାସ କଲା ଏହି ରାଜ୍ୟ
ନୂଆଦିଲ୍ଲୀ : ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ଦର ହୁ ହୁ ବଢି ଚାଲିଥିବା ବେଳେ ଦିଲ୍ଲୀ ସରକାର ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଡିଜେଲ୍ ମୂଲ୍ୟରେ ୮ ଟଙ୍କାର ହ୍ରାସ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡିଜେଲ୍ ମୂଲ୍ୟରେ ୮.୩୬ ଟଙ୍କା ହ୍ରାସ ଘଟାଇଛନ୍ତି । ଏହି ହ୍ରାସ ପରେ ଦିଲ୍ଲୀରେ ଡିଜେଲ ମୂଲ୍ୟ ୭୩.୬୪ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଡିଜେଲ ଉପରେ ୩୦ ପ୍ରତିଶତର ଭାଟ ଆଦାୟ କରାଯାଉଥିବା ବେଳେ ଦିଲ୍ଲୀ ସରକାର ଏହାକୁ ୧୬.୭୫ ପ୍ରତିଶତକୁ ହ୍ରାସ କରିଛନ୍ତି । ନିଜ କ୍ୟାବିନେଟ ସହିତ ବୈଠକ ପରେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି ।