ପଂଚଭୂତରେ ବିଲୀନ ହେଲେ ସୁଷମା

ପଂଚଭୂତରେ ବିଲୀନ ହେଲେ ସୁଷମା

ପଂଚଭୂତରେ ବିଲୀନ ହେଲେ ସୁଷମା
ନୂଆଦିଲ୍ଲୀ:ପଂଚଭୂତରେ ବିଲୀନ ହେଲେ ସୁଷମା ସ୍ୱରାଜ । ଦିଲ୍ଲୀ ଲୋଧିରୋଡ୍ ଶ୍ମଶାନରେ ଶେଷକୃତ ସମ୍ପନ୍ନ ହୋଇଛି । ରାଜକୀୟ ସମ୍ମାନ ସହ ସୁଷମାଙ୍କୁ ବିଦାୟ ଦିଆଯାଇଛି । ଶେଷକୃତ୍ୟରେ ବହୁ ତୁଙ୍ଗନେତା ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବାଚସ୍ପତି ଓମ୍ ବିର୍ଲା, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଦି ସମସ୍ତେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।