ଦୁଇଥର ଓଡିଶା ଆସିବେ ରାହୁଲ: ମାନସ ଚୌଧୁରୀ

ଦୁଇଥର ଓଡିଶା ଆସିବେ ରାହୁଲ: ମାନସ ଚୌଧୁରୀ

ଦୁଇଥର ଓଡିଶା ଆସିବେ ରାହୁଲ: ମାନସ ଚୌଧୁରୀ
ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପିରେ ଘମାଘୋଟ ଲଢ଼େଇ ଚାଲିଛି । ବିଜେପିର ତୁଙ୍ଗ ନେତାମାନେ ଜଣଙ୍କ ପରେ ଜଣେ ଓଡିଶା ଗସ୍ତରେ ଆସୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକା ସମ୍ଭାଳିଛନ୍ତି ଦଳୀୟ ନିର୍ବାଚନ ପ୍ରଚାର ମଙ୍ଗ । କିନ୍ତୁ ରାଜ୍ୟ କଂଗ୍ରେସ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର ନିମନ୍ତେ କେନ୍ଦ୍ରୀୟ ନେତାଙ୍କ ଆଗମନ ପ୍ରସଙ୍ଗ ଦଳୀୟ କର୍ମୀମାନଙ୍କୁ ହତାଶ କରିଦେଇଛି । ତେବେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ସାଧାରଣ ନିର୍ବାଚନରେ ଆଉ ଦୁଇଥର ଆସିବା କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସୂଚନା ଅନୁଯାୟୀ ଆସନ୍ତା ୧୫ ତାରିଖରେ ଚ୍ଚଳଚିତ୍ର ଅଭିନେତ୍ରୀ ବିଜୟଶାନ୍ତି କଟକ ଆସିବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି । ସେହିପରି ଉତର ପ୍ରଦେଶ କଂଗ୍ରେସ ନେତା ତଥା ଅଭିନେତା ରାଜ୍ ବବର, ଶ୍ରତୁଘ୍ନ ଶିହ୍ନା ଓ ଅଭିନେତ୍ରୀ ନଗ୍ମା ପ୍ରମୁଖ କଂଗ୍ରେସ ପ୍ରଚାର ଅଭିଯାନରେ ସାମିଲ ହେବେ ବୋଲି ସେ କହିଛନ୍ତି । ସେମାନଙ୍କ ଗସ୍ତ ତାରିଖ ଦିନେ ଦୁଇଦିନ ମଧ୍ୟରେ ଚୂଡାନ୍ତ ହେବ । ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡିଶା ଆସିବାକୁ ପିସିସି ପକ୍ଷରୁ ଏଆଇସିସି ଅନୁରୋଧ କରାଯାଇଛି । ବାଲେଶ୍ୱର, ଆନନ୍ଦପୁର, ଜଗତସିଂହପୁର ଆଦି ଅଂଚଳକୁ ରାହୁଲ ଗସ୍ତ କରିବା ପାଇଁ ଅନୁରୋଧ କରାଯାଇଛି । ଦିନେ କି ଦୁଇଦିନ ମଧ୍ୟରେ ତାଙ୍କ ଗସ୍ତ ତାରିଖ ଓ କାର୍ଯ୍ୟକ୍ରମ ଚୂଡାନ୍ତ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।