ଦେଶରେ ୨୪ ଘଂଟାରେ ୧୪ ହଜାର ୧୯୯ ଜଣ କରୋନା ଚିହ୍ନଟ

ଦେଶରେ ୨୪ ଘଂଟାରେ ୧୪ ହଜାର ୧୯୯ ଜଣ କରୋନା ଚିହ୍ନଟ

ଦେଶରେ ୨୪ ଘଂଟାରେ ୧୪ ହଜାର ୧୯୯ ଜଣ କରୋନା ଚିହ୍ନଟ
ନୂଆଦିଲ୍ଲୀ: କରୋନା ଗ୍ରାଫରେ ପରିବର୍ତ୍ତନ ହୋଇଛି । ଦିନକୁ ଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ନୂଆ ଷ୍ଟ୍ରେନକୁ ନେଇ ସମସ୍ତେ ଚିନ୍ତାପ୍ରକଟ କରୁଛନ୍ତି । ଦେଶରେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଧିରେ ଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୧୪ ହଜାର ୧୯୯ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୦୫ ହଜାର ୮୫୦କୁ ବୃଦ୍ଧି ପାଇଛି । ଦେଶରେ ପ୍ରତିଦିନ କମୁଛି ମୃତ୍ୟୁସଂଖ୍ୟା । ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୮୩ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୫୬ ହଜାର ୩୮୫ ଜୀବନ ନେଲାଣି