ରାଜ୍ୟରୁ ଆଜି ୪୧୮୦ ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ରାଜ୍ୟରୁ ଆଜି ୪୧୮୦ ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
admin
Sep 18, 2020 - 05:23
Updated: Sep 18, 2020 - 05:23
ଭୁବନେଶ୍ବର : ରାଜ୍ୟରେ ଆଜି ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୪୬୬ ଜଣ ଚିହ୍ନଟ ହୋଇଥିବାବେଳେ ୧୭୧୪ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୧ହଜାର ୩୪୦କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୭ ହଜାର ୧୪୦ ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୩୩ ହଜାର ୪୬୬ ଜଣ।
ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ରହିଥିବାବେଳେ ଅନୁଗୁଳୁରୁ ୧୫୫, ବାଲେଶ୍ବରରୁ ୧୩୩, ବରଗଡରୁ ୧୦୦, ଭଦ୍ରକରୁ ୮୧, ବଲାଙ୍ଗିରରୁ ୭୩ , ବୌଦ୍ଧରୁ ୫୬, କଟକରୁ ୪୯୨ , ଦେବଗଡରୁ ୧୦, ଢେଙ୍କାନାଳରୁ ୬୭, ଗଜପତିରୁ ୨୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୮୪, ଝାରସୁଗୁଡାରୁ ୮୩, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୭୭ , କେନ୍ଦ୍ରାପଡାରୁ ୧୨୧, କେଉଁଝରରୁ ୭୩ , କୋରାପୁଟରୁ ୯୯, ମାଲକାନଗିରିରୁ ୫୩, ମୟୂରଭଞ୍ଜରୁ ୧୬୩ , ନବରଙ୍ଗପୁରରୁ ୭୩ , ନୟାଗଡରୁ ୫୪, ନୂଆପଡାରୁ ୫୪, ପୁରୀରୁ ୧୬୬ , ରାୟଗଡାରୁ ୧୬୦, ସମ୍ବଲପୁର ୧୨୭ ଓ ସୋନପୁରରୁ ୬୨ ଜଣ ଲେଖାଏଁ ରହିଥିବାବେଳେ ସୁନ୍ଦରଗଡରୁ ୧୬୬ ଜଣ ରହିଛନ୍ତି । ସେହିପରି ଷ୍ଟେଟପୁଲ୍ରୁ ୩୩୭ ଜଣ ରହିଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।