୫ କୋଟି ଗରିବଙ୍କୁ ଖାଇବାକୁ ଦେବ ବିଜେପି

୫ କୋଟି ଗରିବଙ୍କୁ ଖାଇବାକୁ ଦେବ ବିଜେପି

୫ କୋଟି ଗରିବଙ୍କୁ ଖାଇବାକୁ ଦେବ ବିଜେପି
ନୂଆଦିଲ୍ଲୀ : ଦେଶର ୫ କୋଟି ଗରିବଙ୍କୁ ବିଜେପି ଖାଇବାକୁ ଦେବ । ବିଜେପିର ଜାତୀୟ ପଦାଧିକାରୀଙ୍କ ବୈଠକରେ ଦଳ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଦଳର ୧ କୋଟି କାର୍ଯ୍ୟକର୍ତା ୫ ଜଣ ଲେଖାଏଁ ଗରିବଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିବେ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରକାଶ କରିଛନ୍ତି । ସମ୍ପ୍ରତି କରୋନାର ମୁକାବିଲା ପାଇଁ ସାରା ଦେଶରେ ତାଲା ବନ୍ଦ ଜାରି ରହିଛି । ଫଳରେ ଅନେକ ଖଟିଖିଆ, ଗରିବ ଲୋକମାନେ ଦିମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଅନେକ ଲୋକ ଭୋକରେ କାଳାତିପାତ କରିବାକୁ ବାଧ୍ୟ ହେଉଛନ୍ତି । ଖାଲି ସେତିକିନୁହେଁ ବାସହୀନ ଲୋକମଧ୍ୟ ସମ୍ପ୍ରତି ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି । ସାରା ଦେଶରେ ଏବେ ଏଭଳି ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଅପରପକ୍ଷରେ କେତେକ ସାମାଜିକ ଅନୁଷ୍ଠାନ ଓ ସମାଜସେବୀମାନେ ଗରିବଙ୍କୁ ଭୋଜନ ଦେବା କାର୍ଯ୍ୟରେ ଲାଗିପଡ଼ିଛନ୍ତି । କେତେକ ଅନୁଷ୍ଠାନ ଶହ ଶହ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା ମଧ୍ୟ କରିଥିବା ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ମିଳିଛି । ତେବେ ସେହିସବୁ ଭୋଜନ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଉନଥିବାରୁ ତାହା ଚିନ୍ତାର କାରଣ ପାଲଟିଛି ।