ସାନ୍ତାକ୍ଲୁଜ ଯୋଗୁ ୧୫୭ ସଂକ୍ରମିତ, ୧୮ ମୃତ

ସାନ୍ତାକ୍ଲୁଜ ଯୋଗୁ ୧୫୭ ସଂକ୍ରମିତ, ୧୮ ମୃତ

ସାନ୍ତାକ୍ଲୁଜ ଯୋଗୁ ୧୫୭ ସଂକ୍ରମିତ, ୧୮ ମୃତ
ଆଣ୍ଟୱେର୍ପ: ବେଲଜିୟମରେ ଜଣେ ସାନ୍ତାକ୍ଉଜ ସୁପରସ୍ପ୍ରେଡର ଭାବେ ୧୫୭ ଜଣଙ୍କୁ କରୋନା ସଂକ୍ରମିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତୁ୍ୟ ହୋଇଛି । ସୂଚନା ଅନୁସାରେ ବେଲଜିୟମର ଆଣ୍ଟୱେର୍ପ ପ୍ରଦେଶ ଅନ୍ତର୍ଗତ ମୋଲ ସହରର ହେମେଲରିଜିକ ଠାରେ ଥିବା ଏକ କେୟାର ହୋମରେ ଗତ ୧୪ ତାରିଖରେ ଆଗୁଆ ଖ୍ରୀଷ୍ଟମାସ ଉତ୍ସବ ପାଳନ କରାଯାଇଥିଲା । ଅନ୍ତେବାସୀମାନଙ୍କୁ ଖୁସି କରାଇବାକୁ ଜଣେ ବ୍ୟକ୍ତି ସାନ୍ତାକ୍ଲୁଜ ବେଶରେ ସେଠାକୁ ଆସିଥିଲେ । କିନ୍ତୁ ସେ ନିଜେ କରୋନା ସଂକ୍ରମିତ ହେବାଲି ଜାଣିନଥିଲେ । ଉତ୍ସବ ସାରି ଚାଲିଯିବା ପରେ ତାଙ୍କର ପଜିଟିଭ ବାହାରିଥିଲା । ଏହାର କିଛିଦିନ କେୟାର ହୋମରେ ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ପରୀକ୍ଷାରୁ କେୟାର ହୋମର ୧୨୧ ଜଣ ଅନ୍ତେବାସୀ ଓ ୩୬ ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତେବେ ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୮ ଜଣ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇସାରିଲାଣି ।